ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ଵିତୀୟ ଦିନରେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା ତା: 02.09.2023 :- ଆଜି ସ୍ଥାନୀୟ ଇ.ଟି.ସି ତାଲିମକେନ୍ଦ୍ରରେ ଆୟୋଜିତ ଦ୍ଵିତୀୟ ଦିନ ତାଲିମ ଶିବିରରେ ଭିଡିଓ ମାଧ୍ୟମରେ ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସ୍କିମ ଗୁଡିକୁ କଳାକାରମାନଙ୍କୁ ପ୍ରଦର୍ଶନ କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଡି.ଆଇ.ପି.ଆର.ଓ ମନୋଜ ବେହେରା , ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ , ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ( ଗୋଲାମୁଣ୍ଡା ) ପ୍ରଦୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଷୟ ବେଶଷଜ୍ଞ ଭାବେ “ ବିଜୁ କଲ୍ୟାଣ ଯୋଜନା ଓ ଅନ୍ୟ ସ୍ୱାସ୍ଥ୍ୟ ଯୋଜନା” ଉପରେ ଡି.ପି.ଏଚ. କମ୍ୟୁନିଟି ମ୍ୟାନେଜର ଭାରତୀ ବ୍ରହ୍ମା ଏବଂ ଆସିଷ୍ଟାନ୍ଟ ମ୍ୟାନେଜର ସୁଧାଂଶୁ ଦି ଗାଲ , “ଆଦର୍ଶ ବିଦ୍ୟାଳୟ” ଉପରେ ଡବ୍ଲୁ.ଇ.ଓ. ଶ୍ୟାମ ସୁନ୍ଦର ନାୟକ , ଯୋଗାଯୋଗ କ୍ଷେତ୍ରରେ ନାଟ୍ୟକଳା ପ୍ରଦର୍ଶନ ଓ ସ୍କ୍ରିପ୍ଟ ରାଇଟିଙ୍ଗ ବିଶେଷଜ୍ଞ ଭାବେ ଡ. ଉମେଶ ଚନ୍ଦ୍ର ଶତପଥୀ ଏବଂ ଶ୍ରୀ ପ୍ରଦୀପ ଧଙ୍ଗଡାମାଝୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ଓ କଳାକାରମାନଙ୍କୁ ଦିଗଦର୍ଶନ ଦେଇଥିଲେ । ସଭାଟିକୁ ପରିଚାଳନା କରିଥିଲେ ବି.ଏଚ.ଏସ.ଏସ ଗୋଲାମୁଣ୍ଡା ଉପସଭାପତି ପ୍ରଦୀପ ମିଶ୍ର ଏବଂ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ ସହଯୋଗ କରିଥିଲେ । ଅପରାହ୍ନରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ବେଶା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହ ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପ୍ରଚାର ପ୍ରସାର ଦିଗରେ ପଞ୍ଚାୟତ ତଥା ଗ୍ରାମ ମାନଙ୍କରେ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରିବାକୁ କହିଥିଲେ ଏବଂ ଶିବିରରେ ଯୋଗ ଦେଇଥିବା କଳାକାର ଏବଂ ବି.କେ.ଏସ.ଏସ ଉପସଭାପତି ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଶିବିରରେ କଳାକାରମାନେ ଲୋକବାଦ୍ୟ, ଘୁମୁରା , ପାଲା , ଢ଼ାପ, ସଙ୍କୀର୍ତ୍ତନ, ବଜାଶାଲ ପ୍ରମୁଖ ପ୍ରଦର୍ଶନ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବରଙ୍ଗପୁର ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

masiha

6th Kalingawan Global Festival of Performing Arts to be held in Bhubaneswar.

masiha

ଆର୍ଟ ଅଫ ଗିଭିଂ ଡେ ପାଳନ

Leave a Comment

error: Content is protected !!