ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ

ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ

କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶାକର୍ମୀ ସଂଯୁକ୍ତା ନାଏକ ଙ୍କୁ ଡାକ୍ତରଖାନା ମହିଳା ଶୌଚାଳୟ ରେ ଜଣେ ଅସାମାଜିକ ଯୁବକ ବଳାତ୍କାର ଉଦ୍ୟମ କରିଥିବା ନେଇ ପିଡିତା ଗତ ୪ ତାରିଖରେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ।ତେବେ ଘଟଣା ର ୯ ଦିନ ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ପିଡିତାଙ୍କୁ ନ୍ୟାୟ ପ୍ରଦାନ ଓ କାର୍ଯ୍ୟାନୁଷ୍ଠାନ ଦାବି ରେ କୋକସରା ବ୍ଲକ ଆଶାକର୍ମୀ ସଙ୍ଘ ନେତ୍ରୀ ଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ନ୍ୟାୟ ପ୍ରଦାନ ଦାବି ରେ ପୁଣିଥରେ ଥାନା ର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅଭିଯୋଗ ମତେ ଗତ ୨ ତାରିଖରେ ଜୈନିକା ଆଶାକର୍ମୀ ନବ ଜନ୍ମିତ ଛୁଆ ମାନଙ୍କ ଜନ୍ମ ପ୍ରମାଣପତ୍ର ନେବାକୁ ଡାକ୍ତରଖାନା କୁ ଆସି ମହିଳା ୱାର୍ଡ ରେ ଥିବା ଶୌଚାଳୟ କୁ ଶୌଚ ପାଇଁ ଯାଇଥିବା ବେଳେ ଡାକ୍ତରଖାନାରେ ସ୍ୱିପର ଥିବା ସୁଦର ନାଏକ ନାମକ କର୍ମଚାରୀ ର ପୁଅ କୁଶ ନାଏକ(ସାନ) ବଳପୂର୍ବକ ଶୌଚାଳୟ ରେ ପଶି ଆଶାକର୍ମୀ ଙ୍କୁ ଅଶ୍ଳୀଳ ଆଚରଣ କରି ବଳାତ୍କାର ପାଇଁ ଉଦ୍ୟମ କରିବା ପାଇଁ ଚେଷ୍ଟା କରିଥିଲା।ତେବେ ଆଶାକର୍ମୀ ଚିତ୍କାର କରିବାରୁ ଘଟଣାସ୍ଥଳ ରୁ କୁଶ ନାଏକ ଚମ୍ପଟ ମାରିଥିଲା। ଆଶାକର୍ମୀ ଭୟଭୀତ ହୋଇ ନିଜ ଘର କୁ ଯାଇ ସ୍ୱାମୀ ଘରେ ନଥିବାରୁ ଗତ ୪ ତାରିଖରେ ସ୍ୱାମୀ ଙ୍କ ସହ ଆସି କୋକସରା ଥାନା ରେ ଅଭିଯୋଗ କରିଥିଲେ। ତେବେ କୋକସରା ପୁଲିସ ପକ୍ଷରୁ କେଶ ରେଜିଷ୍ଟ୍ରେସନ କରି ଚୁପ ରହିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତ ଯୁବକ କୁ ଗିରଫ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି।ଶୁକ୍ରବାର ବ୍ଲକ ଆଶାକର୍ମୀ ସଙ୍ଘ ର ବ୍ଲକ ସଭାପତି ରମଣୀ ଦଣ୍ଡସେନା, ସମ୍ପାଦିକା ଯାଜ୍ଞସେନି ମହାନ୍ତି ପିଡିତା ଆଶାକର୍ମୀ ସଂଯୁକ୍ତା ନାଏକ ପୋଲିସ ର ଦ୍ୱାରସ୍ଥ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।ଏନେଇ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା ଙ୍କ ପ୍ରତିକ୍ରିୟା ନେବାରୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି, ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି, ଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶାକର୍ମୀ ସଙ୍ଘ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଶୋଇ ଥାନା ! ଅର୍ଦ୍ଧ ନିର୍ମାଧୀନ ଘର ଭିତରୁ ଜଣେ କ୍ଷତାକ୍ତ ଯୁବକର ମୃତଦେହ ଉଦ୍ଧାର; ପୋଲିସର ଛାନଭିନ୍; ସନ୍ଦେହରେ ଜଣେ ଅଟକ

Sunil Chandra Nayak

ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ

masiha

ପାଞ୍ଚ ମହଲା କୋଠା ରୁ ପଡି ଯୁବକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!