ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ପାଇଁ ଦାବୀ

ଭବାନୀପାଟଣାରେ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ପାଇଁ ଦାବୀ

ଭବାନୀପାଟଣା ଠାରେ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ଗତ ଦିନେ ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ଆଜି ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମାନ୍ୟବର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରୀଙ୍କୁ ସହିଦ ରେଣ୍ଡୋମାଝୀ ଫାଉଣ୍ଡେସନ ଟ୍ରଷ୍ଟ ଉର୍ଲାଦାନୀର ସହ ଅଧ୍ୟକ୍ଷ ଓ ସମ୍ପାଦକ ଡ଼ ଭବାନୀ ଶଙ୍କର ନିଆଲଙ୍କ ଦ୍ୱାରା ଏକ ସ୍ମାରକ ପତ୍ର ଦିଆଯାଇ ସହିଦ ରେଣ୍ଡୋ ମାଝୀଙ୍କ ଅନ୍ୟ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଭବାନୀପାଟଣା ସରକାରୀ ମେଡିକାଲ କଲେଜରେ ସ୍ଥାପନ ପୂର୍ବକ ରାଜ୍ୟ ସଂସ୍କୃତି ବିଭାଗର ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଡିସେମ୍ବର ୧୦ରେ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳନ କରିବାପାଇଁ ଦାବୀ ରଖାଯାଇଛି ।ସହିଦ ରେଣ୍ଡୋ ମାଝୀଙ୍କ ଅନ୍ୟ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଭବାନୀପାଟଣା ସରକାରୀ ମେଡିକାଲ କଲେଜରେ ସ୍ଥାପନ ପାଇଁ ଚଳିତ ଆର୍ଥିକ ବର୍ଷରେ ଅନୁମୋଦନ କରିବା ଦାବୀ କରାଯାଇଛି ।ଏବଂ ସହିଦ ରେଣ୍ଡୋ ମାଝୀଙ୍କ ସହଯୋଗୀ ସହିଦ ଟଡ଼ ଡ଼ମ୍ବ,ସଂଗ୍ରାମୀ ଆମୋଶ ପାତ୍ର,ମାର୍ଣ୍ଣା ମାଝୀ,ବସତା ଡ଼ମ୍ବ ଏବଂ ଡାବିସା ମାଝୀଙ୍କ ପ୍ରତିମୂର୍ତ୍ତି ମଞ୍ଜୁରୀ କରି ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ପାଖରେ ସ୍ଥାପନ କରାଯିବାପାଇଁ ଦାବୀ ହେଉଛି ଯାହା ସେଠିକାର ଅଞ୍ଚଳ ର ବିଭିନ୍ନ ସଂଗଠନ ମାନେ ବହୁବାର ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଙ୍କୁ ତାଙ୍କର ଦରଖାସ୍ତ ରଖିଛନ୍ତି ।ଏହା ବ୍ୟତୀତ କଳାହାଣ୍ଡି ର ପୂର୍ବତନ ମହାରାଜା ଏବଂ ପୂର୍ବତନ ସାଂସଦ ପ୍ରତାପ କେଶରୀ ଦେଓ,ପୂର୍ବତନ ରାଜା ମଦନପୁର ରାମପୁର ଦୁର୍ଗାମାଧବ ସିଂଦେଓ,ପୂର୍ବତନ ମନ୍ତ୍ରୀ ଦୟାନିଧି ନାଏକ,ପ୍ରଥମ ସାଂସଦ ଗିରିଧାରୀ ଭୋଇ,ପ୍ରଫେସର ଭୁବନେଶ୍ୱର ବେହେରା,ପୂର୍ବତନ ମନ୍ତ୍ରୀ ଅନୁପ ସିଂଦେଓ ଖରିଆର,ପୂର୍ବତନ ମନ୍ତ୍ରୀଘାସିରାମ ମାଝୀ,ସମାଜ ସଂସ୍କାରକ ପରଦେଶୀ ନାଏକ,ନାଟ୍ୟକାର ପ୍ରଫୁଲ୍ଲ ରଥ,ପୂର୍ବତନ ବିଧାୟକ ଗଜାନନ ନାଏକ,ପୂର୍ବତନ ବିଧାୟକ ମହେଶ୍ୱର ନାଏକ,ମହେଶ୍ୱର ବରାଡ଼,ଜଳପୁରୁଷ କାର୍ଜୀ ମାଝୀ ଲାଞ୍ଜିଗଡ ଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିଙ୍କ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ସ୍ଥାପନ କରାଯିବା ସହ ଭାରତରତ୍ନ ବାବା ସାହେବ ଆମ୍ବେଦକର,ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଭବାନୀପାଟଣା ରେ ସ୍ଥାପନ କରିବାପାଇଁ ଟ୍ରଷ୍ଟ ତରଫରୁ ଡୁଗୁଲି ମାଝୀ,ଡ଼ ଭବାନୀ ଶଙ୍କର ନିଆଲ,ପରମାନନ୍ଦ ମାଝୀ, ନୀଳ ମାଧବ ସିଂ ଦେଓ, ଫକୀର ମୋହନ ମାଝୀ, ରମେଶ ମାଝୀ, ଦେବି ପ୍ରସାଦ ସିନ୍ଦୁର,ସୁଶୀଲ କୁମାର ବାଗ, ପ୍ରଦୀପ ଦାସ,ଉମାକାନ୍ତ ଯାନୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ସଂସ୍କୃତି ନିର୍ଦେଶକ ଓଡିଶାଙ୍କୁ ନିବେଦନ କରିଛନ୍ତି। 

Related posts

ଵାମନଘାଟୀ ଓ ପାନ୍ଚପିଢ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ୯ ଦିନ ପହଞ୍ଚିଲା ; ସଂଗ୍ରାମୀ ଯାଠା ଦଳ କଟକରେ ପହଞ୍ଚିଲେ ;କଟକରେ ଭବ୍ୟ ସମ୍ବର୍ଦ୍ଧନା

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ଶ୍ରମିକ ଯୁବକ ସଂଘ କଇଁପୁର ର ନୂତନ ପଦବୀ ଓ ପାକଣା ପାଟ୍ ର ଦେହୁରୀ ଚୟନ

masiha

Leave a Comment

error: Content is protected !!