ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତର କୁମର ଦୀପଙ୍କ ପରଲୋକ

ଧର୍ମଗଡ _ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ପଞ୍ଚାୟତ ଅନ୍ତର୍ଗତ ଦେକୋଟ ଗ୍ରାମାର ସ୍ବର୍ଗତ ଉତ୍ତର କୁମର ଦୀପ ,ପିତା_ ଗଣେଶ ରାମ ଦୀପଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ବୟସ ହେଇ ଥିଲା।ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଥିଲେ। ସେ ଜଣେ ସାହାସୀ,ପରୋପକାରୀ ,ଦରଦୀ ଡମ୍ୱ ସମାଜର ସଂଗଠକ ତଥା ଦେକୋଟ୍ ଡ଼ମ୍ବ ସମାଜର ପୁର୍ବତନ ସଭାପତି ଥିଲେ।ତାଙ୍କ ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଡମ୍ବରୁ ଧର ଦୀପ,ପୁତ୍ରବଧୂ ଲିପ୍ସା ଦୀପ, ବଡ଼ ଝିଅ ଅଶା ଦୀପ, ସାନ ପୁଅ ହିମାଞ୍ଚଳ ଦୀପ ,ପୁତ୍ରବଧୂ ସୁମି ଦୀପ, ନାତି ,ନାତୁଣୀ , ତଥା ସମସ୍ତ ପରିବାର ବର୍ଗ ଓ ଆତ୍ମୀୟ ସୌଜନ ଉପସ୍ଥିତ ଥିଲେ।ତାଙ୍କର ବିୟୋଗରେ ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଦୀପ ନାଏକ,ଗୋଲାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ଅଧ୍ୟକ୍ଷ ରାମ କୁମାର ସେନାପତି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରୁପମା ନାଏକ,ଧର୍ମଗଡ ବ୍ଲକ ସରପଞ୍ଚ ସଂଘ୍ ସଭାପତି ହାତୀ ରାମ ଦୁର୍ଗା , ଧର୍ମଗଡ ପ୍ରେସ କ୍ଲବ ସଭାପତି କ୍ରିଷ୍ଣା ଦାସ ନାଏକ ଖମାର ହଳଦି ପଞ୍ଚାୟତ ଡମ୍ବ ସମାଜ ସମ୍ପାଦକ ଜନ୍ମେଜୟ ନାଏକ, ସମେତ ଗ୍ରାମବାସୀ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଅତ୍ମାର ସଦଗତି କାମନା କରିଛନ୍ତି।

ରାମ ପ୍ରସାଦ ସେନାପତି ଙ୍କ ରିପୋର୍ଟ 

Related posts

ଧାମନପୁର ନିକଟରେ ବାଇକ ରୁ ଖସି ଜଣେ ମୃତ ଜଣେ ଗୁରୁତର 

masiha

ମଦ ଜବତ: ୨ ଗିରଫ

Sunil Chandra Nayak

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

masiha

Leave a Comment

error: Content is protected !!