ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

ଗୋଲାମୁଣ୍ଡା,୨୯।୫(ମ ନି ସ ): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସ୍ତରୀୟ ‘ମଧୁବାବୁ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ’ ଆଜି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଅସହାୟ ଓ ସାମାଜିକ ସହାୟତା ଲୋଡୁଥିବା ବ୍ୟକ୍ତିଙ୍କୁ ନୂତନ ଭତ୍ତା ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୮ଟି ଗ୍ରାମ ପଞ୍ଚାୟତର ସମୁଦାୟ ୨୨୯ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅବସରରେ ନୂତନ ଭତ୍ତା ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷାକୁ ବ୍ୟାପକ କରିବା ଲକ୍ଷ୍ୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଭତ୍ତା ୧୦୪ ଜଣ,ବାର୍ଦ୍ଧକ୍ୟ ଭତ୍ତା ୮୫ ଜଣ,ବିଧବା ଭତ୍ତା ୨୮ ଜଣ,ସ୍ୱାମୀ ପରିତ୍ୟକ୍ତା ଭତ୍ତା ୭ ଜଣ,ଅବିବାହିତ ମହିଳା ଭତ୍ତା ୫ ଜଣ ସମୁଦାୟ ୨୨୯ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ତ୍ରିପୁର ମହାନନ୍ଦ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡ଼ିଓ) ବିଜୟ କୁମାର ନାୟକ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରହାସ୍ୟ ବିହାରୀ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଳିଆପାଲି ସରପଞ୍ଚ ଜିମୁତ ବାହାନ ହରପାଳ,ଧାମନପୁର ସରପଞ୍ଚ ଦିଗାମ୍ବର ତାଣ୍ଡି,ଲେତେର ସରପଞ୍ଚ ଦମୟନ୍ତି ଭୋଇ,ନୂଆଗାଁ ସମିତି ସଭ୍ୟ ରମେଶ ଶବର,ସାମାଜିକ କର୍ମୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଗଙ୍ଗାଵିଷ୍ଣୁ ମୁଣ୍ଡ ଏବଂ ପଞ୍ଚାୟତ ସମିତିର ଅଧିକାରୀମାନେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଅଞ୍ଚଳର ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନେ ଆର୍ଥିକ ସ୍ତରରେ ସହାୟତା ପାଇ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିଜ ମତବ୍ୟକ୍ତ କରିଛନ୍ତି। ନୂତନ ଭତ୍ତା ପାଇବା ପରେ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ସେମାନେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଆଇନାର ନିଆରା ପ୍ରୟାସ, ହୋଲିରେ ଜୈବିକ ରଙ୍ଗ ବ୍ୟବହାରକୁ ଦେଲେ ଗୁରୁତ୍ୱ

masiha

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

masiha

Leave a Comment

error: Content is protected !!