ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ଭବାନୀପାଟଣା ଟାଉନହଲ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଆନୁକୁଲ୍ୟରେ ୨୦୨୬ ମସିହାର ଦଶମ ଓ ଦ୍ଵାଦଶ ଶ୍ରେଣୀର ବିଭିନ୍ନ ବୋର୍ଡ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ଆଲୁମିନା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପ୍ରଗତି ଶିକ୍ଷାନୁଷ୍ଠାନ ସହଯୋଗ କରିଥିଲେ । ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ମୂଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଡ. ସନ୍ଦିପ କୁମାର ନାୟକ, ପ୍ରଫେସର ନିବେଦିତା ନାଥ, ଇଂ ପୁରୁଷୋତ୍ତମ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ରାଜ୍ଯସଭା ସାଂସଦ ସୁଜିତ କୁମାର ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରତିଭା ଅନୁଷ୍ଠାନ ର କୁନି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହେଇଥିଲା। କାର୍ଯ୍ୟକ୍ରମକୁ ବିରଞ୍ଚିନାରାୟଣ ମୁଣ୍ଡ ପରିଚାଳନା କରିଥିବା ବେଳେ ଚିନ୍ମୟ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ କୃତୀ ପ୍ରତିଭା ମାନଙ୍କୁ ସାର୍ଟିଫିକେଟ ,ଟ୍ରଫି ,ଗଣେଶ ମୂର୍ତ୍ତି ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନୀତ କରାଯିବା ସହିତ ଚଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଚତୁର୍ଥ ସ୍ଥାନ ରଖିଥିବା କନକ ଜୈନ, ଷଷ୍ଠ ସ୍ଥାନ ରଖିଥିବା ଅମନ ଗୋୟଲ ଓ ୧୧୩ନଂ ସ୍ଥାନ ରଖିଥିବା ସଂଗୀତା ସେଠୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଦଶମ ଓ ଦ୍ବାଦଶ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଗତି ଶିକ୍ଷାନୁଷ୍ଠାନ, ଲକ୍ଷ୍ମୀ ବିକାଶ ଗ୍ରୁପ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜୟପାଟଣା, ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ମୂଖିଗୁଡା, ବିମଲା କନଭେଣ୍ଟ ସ୍କୁଲ, ପି.ଏମ୍.ଶ୍ରୀ କକେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଙ୍କୁ ମଧ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଶ୍ବରଞ୍ଜନ ରଥ ଓ ଅଧ୍ୟାପକ ମୋହନ ବିଶି ପୁରସ୍କାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲଲିତ ବିଶି, ଭୁଜବଳ ନାଏକ, ଶୁଶୀଲ ନାଗ, ଗଣେଶ ନାଏକ ପ୍ରମୂଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

 

Related posts

ରାୟଗଡ଼ ବନାଞ୍ଚଳ ତରଫରୁ ସୁଲଭ ମୂଲ୍ୟରେ ଚାରା ବଣ୍ଟନ 

masiha

ରଜନୀକାନ୍ତ ମାଧ୍ଯାମିକ ଵିଦ୍ଯାଳୟ,ଲୁହାଶିଳାର‌ରସାୟନ ବିଜ୍ଞାନର ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ

Sunil Chandra Nayak

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

Sunil Chandra Nayak

Leave a Comment

error: Content is protected !!