ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ କଳାହାଣ୍ଡିର ଝିଅ ରେମ୍ପ ରେ ପ୍ରଦର୍ଶିତ ହେଲା ମାଁ ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ଝଲକ….

ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ କଳାହାଣ୍ଡିର ଝିଅ

ରେମ୍ପ ରେ ପ୍ରଦର୍ଶିତ ହେଲା ମାଁ ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ଝଲକ….

କଳାହାଣ୍ଡି ମାଟି ପାଇଁ ପୁଣି ଏକ ଗୌରବର ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱରଠାରେ ଆୟୋଜିତ ସମ୍ମାନଜନକ ଜାତୀୟ ସ୍ତରର ‘ଗ୍ଲାମ ଇଣ୍ଡିଆ’ ପ୍ରତିଯୋଗିତାରେ ଭବାନୀପାଟଣାର ଝିଅ ଆସ୍ଥା ସଂବୃଦ୍ଧି ପଣ୍ଡା ସଫଳତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ସେ ଦ୍ୱିତୀୟ ରନର୍ସ ଅପ୍ ହେବା ସହ ସମ୍ମାନଜନକ ‘ଟେଲେଣ୍ଟ କ୍ରାଉନ୍’ ଉପାଧି ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ଏକ ହୋଟେଲ ପରିସରରେ ଆଦ୍ୟାନା ରାଉତରାୟ ଏବଂ ଜ୍ୟୋତି ମହାପାତ୍ରଙ୍କ ଦ୍ୱାରା ଏହି ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ହାଇ-ପ୍ରୋଫାଇଲ୍ ରେମ୍ପ ଶୋ’ର ମୁଖ୍ୟ ଆକର୍ଷଣ ସାଜିଥିଲା ଆସ୍ଥା ସଂବୃଦ୍ଧିଙ୍କ ପ୍ରଦର୍ଶନ। ସେ ନିଜ ପ୍ରଦର୍ଶନ ଜରିଆରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ‘ଛତର ଯାତ୍ରା’ର ଝଲକକୁ ମଞ୍ଚରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ, ଯାହା ସେଠାରେ ଉପସ୍ଥିତ ଥିବା ଦର୍ଶକ ଓ ବିଚାରକମଣ୍ଡଳୀଙ୍କୁ ସମ୍ପୂର୍ଣ୍ଣ ବିମୋହିତ କରିଦେଇଥିଲା।

ଏହି ପ୍ରତିଯୋଗିତାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଆନ୍ତର୍ଜାତୀୟ ସ୍ତରର ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବିଚାରକ ମଣ୍ଡଳୀ ଭାବେ ଆନ୍ତର୍ଜାତୀୟ ଫ୍ୟାଶନ କୋଚ୍ ଲିପନ୍ ପ୍ରଧାନ,ପୂର୍ବତନ ମିସ୍ ଓଡ଼ିଶା ଦିବ୍ୟଦର୍ଶିନୀ ମିଶ୍ର,ଫେମିନା ମିସ୍ ଓଡ଼ିଶା ଫେମ୍ ମିସ୍ କେ. ଆର. ସନ୍ତୋଷିନୀ ପ୍ରଖ୍ୟାତ ଡିଜାଇନର ଜିତ୍ ଜଗଜିତ୍ ରାଜ୍ୟ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ। ସଂବୃଦ୍ଧି ହେଉଛନ୍ତି ଭବାନୀପାଟଣାର ପ୍ରକାଶ ପଣ୍ଡା ଓ ମାମିନା ପଣ୍ଡାଙ୍କ ସାନ ଝିଅ। ସେ ବର୍ତ୍ତମାନ ବିକାଶ ରେସିଡେନସିଆଲ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏତେ କମ୍ ବୟସରେ ଜାତୀୟ ସ୍ତରର ମଞ୍ଚରେ କଳାହାଣ୍ଡିର କଳା ଓ ସଂସ୍କୃତିକୁ ଟେକି ଧରି ସଫଳତା ପାଇଥିବାରୁ, ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆୟୋଜିତ କଲା ଦୁଃସାହସିକ ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିର

masiha

କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ, ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ

Sunil Chandra Nayak

ଗୁଡହାଣ୍ଡି ମଞ୍ଚରେ ୭୭ ତମ ସ୍ଵାଧୀନତା ଦିବସ, ପତାକା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ

masiha

Leave a Comment

error: Content is protected !!