ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରଳା ମନ୍ଦିର ହୁଣ୍ଡିରୁ 18 ଲକ୍ଷରୁ ଅଧିକ ଆୟ

ପ୍ରସିଦ୍ଧ ଦେବଦେବୀ ମନ୍ଦିର ମାନଙ୍କରେ ଦାନ ସଂଗ୍ରହ ପାଇଁ ହୁଣ୍ଡୀ ମାନ ନିର୍ମାଣ କରାଯାଇଛି ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଝଙ୍କଡ଼ ସାରଳା ମନ୍ଦିର ତରଫରୁ ମନ୍ଦିର ଭିତରେ, ମନ୍ଦିର ବାହାରେ, ସାରଳାରୋଡ଼ ଠାରେ, ରାହାମା ଠାରେ ଦାନ ସଂଗ୍ରହ ପାଇଁ ହୁଣ୍ଡୀ ସ୍ଥାପନ କରାଯାଇଥିଲା ! ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁଙ୍କ ତତ୍ୱାବଧାନରେ ସମସ୍ତ ହୁଣ୍ଡୀ ଖୋଲାଯାଇ ଗଣନା କାର୍ଯ୍ୟ କରାଯାଇଥିଲା ! ଏହି କାର୍ଯ୍ୟରେ ଅନ୍ୟ ସହଯୋଗ କାରୀ ମାନେ ହେଲେ ଜିଲ୍ଲା କାର୍ଯ୍ୟାଳୟରୁ 5 ଜଣ କର୍ମଚାରୀ ତିର୍ତ୍ତୋଲ ତହସିଲରୁ 4 ଓ ମନ୍ଦିର କାର୍ଯ୍ୟାଳୟରୁ ସମସ୍ତ କର୍ମଚାରୀ ! ସର୍ବମୋଟ 20 ଜଣ ବ୍ୟକ୍ତି ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ ! ଏଥି ସହିତ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଦୀପ୍ତ କୁମାର ସାହୁ ଏବଂ ତହସିଲଦାର ଅମୁଲ୍ୟ କୁମାର ସାହୁ ଙ୍କ ଉପସ୍ଥିତିରେ ଗଣାଯାଇ ସର୍ବମୋଟ 18 ଲକ୍ଷ 38 ହଜାର 455 ଟଙ୍କା ବୋଲି ଜଣା ଯାଇଥିଲା !

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

masiha

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

ଅବସର ଶିକ୍ଷକଙ୍କ ବିୟୋଗ

masiha

Leave a Comment

error: Content is protected !!