ପ୍ରସିଦ୍ଧ ଦେବଦେବୀ ମନ୍ଦିର ମାନଙ୍କରେ ଦାନ ସଂଗ୍ରହ ପାଇଁ ହୁଣ୍ଡୀ ମାନ ନିର୍ମାଣ କରାଯାଇଛି ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଝଙ୍କଡ଼ ସାରଳା ମନ୍ଦିର ତରଫରୁ ମନ୍ଦିର ଭିତରେ, ମନ୍ଦିର ବାହାରେ, ସାରଳାରୋଡ଼ ଠାରେ, ରାହାମା ଠାରେ ଦାନ ସଂଗ୍ରହ ପାଇଁ ହୁଣ୍ଡୀ ସ୍ଥାପନ କରାଯାଇଥିଲା ! ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁଙ୍କ ତତ୍ୱାବଧାନରେ ସମସ୍ତ ହୁଣ୍ଡୀ ଖୋଲାଯାଇ ଗଣନା କାର୍ଯ୍ୟ କରାଯାଇଥିଲା ! ଏହି କାର୍ଯ୍ୟରେ ଅନ୍ୟ ସହଯୋଗ କାରୀ ମାନେ ହେଲେ ଜିଲ୍ଲା କାର୍ଯ୍ୟାଳୟରୁ 5 ଜଣ କର୍ମଚାରୀ ତିର୍ତ୍ତୋଲ ତହସିଲରୁ 4 ଓ ମନ୍ଦିର କାର୍ଯ୍ୟାଳୟରୁ ସମସ୍ତ କର୍ମଚାରୀ ! ସର୍ବମୋଟ 20 ଜଣ ବ୍ୟକ୍ତି ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ ! ଏଥି ସହିତ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଦୀପ୍ତ କୁମାର ସାହୁ ଏବଂ ତହସିଲଦାର ଅମୁଲ୍ୟ କୁମାର ସାହୁ ଙ୍କ ଉପସ୍ଥିତିରେ ଗଣାଯାଇ ସର୍ବମୋଟ 18 ଲକ୍ଷ 38 ହଜାର 455 ଟଙ୍କା ବୋଲି ଜଣା ଯାଇଥିଲା !