ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଜ୍ୟରେ ଆରମ୍ଭ ହେବ ‘ଆମ ହସ୍ପିଟାଲ’ ଯୋଜନା , ରାଜ୍ୟର ଡାକ୍ତରଖାନା ଗୁଡିକର ହେବ ରୁପାନ୍ତରୀକରଣ

ରାଜ୍ଯର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଇରଙ୍ଗପୁର, ସୋର, ତାଳଚେର, ଯାଜପୁର, ବ୍ଯାସନଗର, ମାଲକାନଗିରି, ରାଜଗାଙ୍ଗପୁର ଓ ଝୋଲାସାହିରେ ଏହାର ସ୍ଥାପନ କରାଯିବ। 

 ’ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି । ସରକାରଙ୍କର ୫ଟି ଅଧିନରେ ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ୟ୍ୟକାରୀ କରିବେ ।

ପ୍ରଥମ ପର୍ୟ୍ୟାୟରେ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ୫ଟି ରୁପାନ୍ତର ଯୋଜନାରେ ରହିବ । ଏହାସହ ରାଜ୍ୟର ୮ଟି ସହରାଞ୍ଚଳରେ ନୂଆ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ନେଇ ବିଜ୍ଞପ୍ତି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ବାଲେଶ୍ବର ଜିଲ୍ଲାର ସୋର, ଯାଜପୁର, ବ୍ୟାସନଗର, ମୟୁରଭଞ୍ଜର ରାଇରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଝୋଲା ସାହିରେ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପତିଷ୍ଠା କରାଯିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଶାରେ ତିନୋଟି ପ୍ରକଳ୍ପର ମୂଳଦୁଆ

masiha

୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସଇବିସି) ତାଲିକାରେ ସାମିଲ

Sunil Chandra Nayak

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

Sunil Chandra Nayak

Leave a Comment

error: Content is protected !!