ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କଳାହାଣ୍ଡି ଗସ୍ତ ରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ମ,ରାମପୁର,୨୩/୨( ମସୀହା): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଗତ ମଙ୍ଗବାର କଳାହାଣ୍ଡି ଗସ୍ତ କରି ପ୍ରଥମେ ମ,ରାମପୁର ସ୍ଥିତ ରାମମନ୍ଦିର ପରିସରରେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ପରେ ରିଷିଡା ସ୍ଥିତ ମିନିଷ୍ଟଡିୟମ ଓ ରିଷିଡା ସାଗର,ବେଲଖଣ୍ଡି ଶୈବପୀଠ, ମ.ରାମପୁର ହରୀହରସାଗର ର ରୂପାନ୍ତରିତ କରିବା ପାଇଁ, ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିଦର୍ଶନ କରି ସ୍ଥାନୀୟ ଡାକବଙ୍ଗଳା ରେ ବିଭିନ୍ନ ଆଲୋଚନା କରିଥିଲେ ପରେ ନର୍ଲା ବ୍ଲକ ଅଭିମୁଖେ ଯାଇଥିଲେ । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ଭୂପିନ୍ଦର ସିଂ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସିଇଓ ଅଜିତ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହ, ଯୋଗ ଦେଇ ଥିବା ବେଳେ ପ୍ରଥମେ ରାମଚନ୍ଦ୍ର ଙ୍କ ଆର୍ଶିବାଦ ଗ୍ରହଣ କରି ପରେ ଉଦଘାଟନୀ ସଭାକାର୍ଯ୍ୟ ରେ ଯୋଗ ଦେଇଥିଲେ। ପରିଚାଳନା କରିଥିଲେ ରାମମନ୍ଦିର ସଭାପତି ତଥା ଏମ୍ ରାମପୁର ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା, ପାଇକ ପଡ଼ା ର ସମସ୍ତ ମହିଳା ପୁରୁଷ ଯୋଗଦେଇ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ର ବରିଷ୍ଠ ନେତା ଦଳଜିତ ସିଂ,ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ସତପଥି, ବିକାଶ ରଞ୍ଜନ ସିଂହ ଦେଓ, ଭବାନି ଶଙ୍କର ସାହୁ , ପ୍ରଦୀପ କୁମାର ପାଣିଗ୍ରାହୀ, ରାଜେଶ କୁମାର ପାଠକ, ପ୍ରେମ ସାଗର ନାଏକ, ପ୍ରମୁଖ ଉପସ୍ଥିତ ଥିଲେ l

ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଚଳିତ ମଇ ମାସ ୧୧ତାରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

masiha

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

Sunil Chandra Nayak

Leave a Comment

error: Content is protected !!