ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ; ହିରୋ ହୋଣ୍ଡା ବାଇକ ସହ ୨୦ ଲି ଦେଶୀ ଚୋରା ମଦ ଜବତ ଓ ଜଣେ କୋର୍ଟ ଚାଲାଣ

ମୟୂରଭଞ୍ଜ – ୧୩/୮ ( ମସିହା)ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ସଂନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ପୁରୁଣା ପାଣି ପଞ୍ଚାୟତର ପୋଖରୀଆ ରାସ୍ତାରେ  ଜଣେ ଯୁବକ ସେମାନଙ୍କୁ ଦେଖି ବାଇକକୁ ଦୃତ ଗତିରେ ଚଳାଇ ଖସି ପଳାଉଥିଲା ।ଅବକାରୀ ବିଭାଗ ତାକୁ ସନ୍ଦେହ କରି ପିଛା କରି ବାଇକ ସହ ଯୁବକକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ତା’ପାଖରୁ ୨୦ ଲି ଦେଶୀ ମଦ ଜବତ କରିଥିଲେ ।ଅବକାରୀ ବିଭାଗ ବେଆଇନ ମଦ ଚାଲାଣକାରୀ ଯୁବକ ସହ ହିରୋ ହୋଣ୍ଡା ଡିଲକ୍ସ ବାଇକ ଏବଂ ମଦ ଜବତ କରିଛି ।ଯୁବକ ନାମରେ କେଶ ମାମଲା ୫୪/୨୩-୨୪ ରୁଜୁ କରି କୋର୍ଟ ଚାଲାଣ କରିଛି ।ଯୁବକର ଘର ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମ ଜିଲ୍ଲାର ଡୁମୁରିଆ ଥାନା ଅନ୍ତର୍ଗତ ଧଳାବେଡା ଗ୍ରାମର ଗୋଵରା ଲୁଗୁନ (୩୩) ।ସେ ଏଠାରେ ବେଆଇନ ମଦ କାରବାରରେ ଦିର୍ଘ ଦିନ ହେଲା କରି ଆସୁଥିବା ଲୋକେ କହୁଛନ୍ତି ।ଚଢ଼ାଉରେ ଅବକାରୀ ବିଭାଗ ଅଧିକାରୀ ନାରାୟଣ ଚନ୍ଦ୍ର ମେଳା ଏବଂ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋଇଡାରେ ୩୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷ ନଷ୍ଟ

Sunil Chandra Nayak

ଯୌତୁକ ନିର୍ଯ୍ୟାତନା ର ଅଭିଯୋଗ

masiha

ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇ ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…. ଭିଣୋଇ ମୃତ

masiha

Leave a Comment

error: Content is protected !!