ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

ଆସିକା,23/6/25 —  ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଦିନ ଗୋ ଚାଲାଣ କରୁଥିବା ଅଭିଯୋଗରେ ସିଙ୍ଗିପୁର ଗ୍ରାମର ଦୁଇଜଣ ବ୍ୟକ୍ତି ବାବୁଲା ନାୟକ ଓ ବୁଲୁ ନାୟକ କୁ ଗୋ ରକ୍ଷକ ନାମକ ସଂଗଠନର କିଛି ବ୍ୟକ୍ତି ଅଟକାଇବା ସହ ସେମାନଙ୍କ ଠାରୁ ବେଆଇନ ଭାବେ ଅର୍ଥ ଦାବୀ କରିଥିଲେ। ଏଥିରେ ବାବୁଲା ଓ ବୁଲୁ ଅକ୍ଷମତା ପ୍ରକାଶ ପରେ ସେମାନେ ଜବରଦସ୍ତ ଦୁଇ ଜଣ ଙ୍କୁ ବାରିକ ଦ୍ଵାରା ଅଧା ଲଣ୍ଡା କରାଇବା ସହ ଖାରିଗୁମା ଠାରୁ ଜାହାଡା ପର୍ଯ୍ୟନ୍ତ ମାଡ଼ ମାରି ଆଣିବା ପରେ ଜାହାଡା ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇବା ଏବଂ ପାଟିରେ ଘାସ ପୁରାଇ ନର୍ଦ୍ଦମା ପାଣି ପିଆଇବା ଅଭିଯୋଗ ଉଭୟେ ଧରାକୋଟ ଥାନାରେ କରିଥିଲେ । ଏ ସମ୍ପର୍କରେ ଧରାକୋଟ ଥାନାରେ 240/25 ପ୍ରକାରେ ମାମଲା ରୁଜୁ କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇବା ସହ ଏଥିରେ ଅଭିଯୁକ୍ତ ନଅ ଜଣଙ୍କୁ ଅଟକ ରଖିଛି। ଅନ୍ୟ ପକ୍ଷରେ ପୀଡ଼ିତ ଦୁଇ ଜଣ ବ୍ୟକ୍ତି ଙ୍କୁ ମେଡିକାଲ ଚିକିତ୍ସା ପରେ ସୁରକ୍ଷିତ ଭାବରେ ସେମାନଙ୍କ ଗାଁ ସିଙ୍ଗିପୁର ରେ ପୋଲିସ ଛାଡ଼ିଛି। ଘଟଣା ସମ୍ପର୍କରେ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ଏହି ଘଟଣାରେ 14/15 ଜଣ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଗୋ ରକ୍ଷକ ନାମରେ ବେଆଇନ ଭାବେ ଅର୍ଥ ଆଦାୟ କରିବା ଓ ଆଇନକୁ ହାତକୁ ନେବା ବ୍ୟକ୍ତି ମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏଥିରେ ସଂପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି। ସମ୍ବେଦନଶିଳ ଏହି ଘଟଣାର ତଦନ୍ତ ଭାର ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ନେଇଥିବା ବେଳେ ଏହି ଘଟଣା ଧରାକୋଟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ୍

Related posts

ଚୋରି ମୋଟର ସାଇକେଲ ଉଦ୍ଧାର,୨ଅଭିଯୁକ୍ତ ଗିରଫ

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ଜୟପାଟଣା ଢୁଲୁଘାଟିରେ ଲୁଟ୍ ଘଟଣା, ଜଣେ ଗିରଫ, ତିନି ଫେରାର..

masiha

Leave a Comment

error: Content is protected !!