ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

ଚନ୍ଦାହାଣ୍ଡି -( ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ବିଜେଡି ଛାଡି ଶନିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାଜପା ରେ ସାମିଲ ହୋଇଛନ୍ତି l ପୂର୍ବତନ ଏମପି ତଥା ରାଜ୍ୟ ମୁଖ ପାତ୍ର ବଳଭଦ୍ର ମାଝୀ ଙ୍କ ଉପସ୍ଥିତି ରେ ତଥା ଝରୀଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ଆଶାୟୀ ପ୍ରାର୍ଥୀ ଶ୍ୟାମ ସୁନ୍ଦର ମାଝୀ ଙ୍କ ଉପସ୍ଥିତି ରେ ଚନ୍ଦାହାଣ୍ଡି ବ୍ଲକ ର ବରିଷ୍ଠ ବିଜେଡି ନେତା ଘେନୁରାମ ରାଉତ, ପଦୁରାମ ସୁନାନୀ, ପବନ ସିଂ ମାଝୀ, ଗଦାଧରସିଂହ୍ନl, ଙ୍କ ନେତୃତ୍ୱ ରେ ଦଳ ତ୍ୟାଗ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାଜପା ରେ ସାମିଲ ହୋଇଛନ୍ତି l ସେମାନଙ୍କୁ ଦଳ ର ଉତ୍ତରୀୟ ଦେଇ ଦଳ କୁ ସ୍ୱାଗତ କରିଛନ୍ତି l ଏହି ଅବସରରେ ଆୟୋଜିତ ସଭାରେ ପୂର୍ବତନ ଏମପି ମାଝୀ ରାଜ୍ୟରେ ଓ କେନ୍ଦ୍ର ରେ ଭାଜପା ର ସରକାର ହେବା ସହ ମୋଦି ଙ୍କ ଗ୍ୟାରେଣ୍ଟି ଲାଗୁ କରାଯିବା ସହ ତେଲ ନଦୀ ରେ ଡେମ କରିବା ମୋର ଗ୍ୟାରେଣ୍ଟି ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଭାଜପା ଜିଲ୍ଲା ଉପ ସଭାପତି ଦିଲୀପ ଦାସ, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଅକାଳୁ ଜାଲି, ଭରତ ବାଘ, ମାଲଗାଁ ମଣ୍ଡଳ ସଭାପତି ମୋହନ ନାୟକ, ମୁରଲୀ ପୋଡ଼,କୋଇଲିମୁଣ୍ଡା ପଂଚାୟତ ସମିତି ସଭ୍ୟ ତିଲକ ସିଂ ପୋଡ଼, ଯୁବ ସଭାପତି ଭୋଦେବ ବାଘ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୋତିଲାଲ ହଂସ, ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍ କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

Sunil Chandra Nayak

ବିଜେପି ରେ ମିଶିଲେ କଳାହାଣ୍ଡି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

Leave a Comment

error: Content is protected !!