ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ -ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା  -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ

-ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା 

-ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

ଲାଞ୍ଜିଗଡ,୧୧/୦୭(ମନିସ)-ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷାର ସ୍ବପ୍ନକୁ ସାକାର କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଜୁନାଗଡ଼ ଓ ଧର୍ମଗଡ଼ସ୍ଥିତ ଆଇଟିଆଇ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମରେ ଆଦିବାସୀ, ଆଦିମ ଜନଜାତି ଓ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ କରାଯିବା ସହିତ ନାମଲେଖା ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିପାଇଁ ଆଜି ଲାଞ୍ଜିଗଡସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପରିସରରେ ଜିଲ୍ଲା ଶ୍ରମ ଓ ନିୟୋଜନ କାର୍ଯ୍ୟାଳୟ ତଥା ଜିଲ୍ଲା କର୍ମ ଓ ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ସହକାରୀ ପ୍ରଶିକ୍ଷଣ ଅଧିକ୍ଷକ ତଥା ଏଡମିସନ ଇନଚାର୍ଜ ସରୋଜ କୁମାର ବେହେରା ଓ ଜୁନାଗଡ଼ ଶିଳ୍ପ ତାଲିମ କେନ୍ଦ୍ରର ସହକାରୀ ପ୍ରଶିକ୍ଷଣ ଅଧିକ୍ଷକ ପ୍ରସନ୍ନ କୁମାର ମଲ୍ଲିକ ଉପସ୍ଥିତ ରହି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରୁ କାଉନସେଲିଂ ପାଇଁ ଆସିଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଆବେଦନ ଫର୍ମ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଗତ ଏପ୍ରିଲ ୧ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଥିବାବେଳେ ଜୁଲାଇ ୧୬ ତାରିଖ ଦିନ ମନୋନୀତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅନଲାଇନ ଆବେଦନ ଜୁନ ୨୪ ତାରିଖରୁ ଜୁଲାଇ ୨୦ ପର୍ଯ୍ୟନ୍ତ ଚାଲିବ ଓ ୨୬ ତାରିଖରୁ ନାମଲେଖା ଆରମ୍ଭ ହେବ ବୋଲି ଜଣାପଡିଛି। ସେହିପରି ଅଗଷ୍ଟ ୬ ତାରିଖ ସ୍ପଟ ନାମଲେଖା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ତେବେ କାଉନସେଲିଂ ସହିତ ନାମଲେଖାକୁ ଗୁରୁତ୍ବ ଦିଆଯାଉଥିବାବେଳେ ଆଦିବାସୀ, ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୧ଗୋଟି ବିଭିନ୍ନ ଟ୍ରେଡ଼ରେ ସ୍ଥାନ ସଂରକ୍ଷଣର ସୁବିଧା ରହିଛି। ସେହିପରି ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରୀମାନଙ୍କ ପାଇଁ ସୁଦକ୍ଷା ଯୋଜନାରେ ନାମମାତ୍ର ନାମଲେଖା ଫିଜ, ବିନା ମୂଲ୍ୟରେ ହଷ୍ଟେଲ, ମେସ ଓ ଲାଇବ୍ରେରୀ, ୟୁନିଫର୍ମ, କମ୍ପ୍ୟୁଟର ଶିକ୍ଷା, ସ୍ମାର୍ଟ କ୍ଲାସ ଆଦି ସୁବିଧା ରହିଛି। ଅପରପକ୍ଷରେ, ଦୁଇବର୍ଷର ପାଠପଢ଼ା ପରେ ନିଶ୍ଚିତ ନିଯୁକ୍ତି ସୁବିଧା ରହିଛି ବୋଲି ସହକାରୀ ପ୍ରଶିକ୍ଷଣ ଅଧିକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ବିଶେଷ କରି ଲାଞ୍ଜିଗଡ ବ୍ଲକର ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀ ଓ ସମସ୍ତ ବର୍ଗର ଛାତ୍ରୀମାନେ ଏହାର ସୁବିଧା ନେବା ସହିତ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର ୮୯୧୭୫୧୭୧୩୭, ୭୦୦୮୭୮୯୨୪୫ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

masiha

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

ବିପଦର ବନ୍ଧୁ ସାଜିଛି ରଙ୍ଗବିହୀନ ହମ୍ପସ୍

masiha

Leave a Comment

error: Content is protected !!