ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକେନ୍ଦ୍ରର ହୀରକ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

କଳାକେନ୍ଦ୍ରର ହୀରକ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, ତା. ୧୧/୭/୨୪ : ରାଜ୍ୟର ସର୍ବ ପୁରାତନ ତଥା ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ‘ଜାତୀୟ ସଙ୍ଗୀତ କଳା କେନ୍ଦ୍ର’ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ କଳାକେନ୍ଦ୍ର ପରିସର ‘ଭଞ୍ଜ ମଣ୍ଡପ’ ରେ ଅନୁଷ୍ଠିତ ହୋଇଯାଇଛି । କଳା କେନ୍ଦ୍ରର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବଶ୍ରୀ ହାଡ଼ିବନ୍ଧୁ ମାଳି, ମାଧବ ଜେନା, ସୂର୍ଯ୍ୟ ନାରାୟଣ ପାତ୍ର, ଆଶୁତୋଷ ମହାପାତ୍ର, ଅରୁଣ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, ନିହାରୀକା ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ ସଭା ମଞ୍ଚକୁ ବିଶିଷ୍ଟ ତଥା ପ୍ରଜ୍ଞାଦୀପ୍ତ ପ୍ରଶାସନିକ ତଥା ସଂସ୍କୃତିପ୍ରାଣା ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ଲୋକକଳା ଓ ଲୋକନୃତ୍ୟ ପ୍ରଦର୍ଶନ ଓ ହୀରକ ଜୟନ୍ତୀ ସ୍ମାରକୀ ମୁଖପତ୍ର ପ୍ରକାଶନ ସହ କଳାକେନ୍ଦ୍ର ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ତ୍ୟାଗବୀର ଦିବାକର ପଟ୍ଟନାୟକ ଓ କଳାକେନ୍ଦ୍ର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସ୍ଥିର କରାଯାଇଥିଲା । କଳାକେନ୍ଦ୍ରର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ବାଗତ ଭାଷଣ କ୍ରମରେ ଅନୁଷ୍ଠାନର ଦୁଇ ଦିନିଆ ହୀରକ ଜୟନ୍ତୀ ମହୋତ୍ସବ ନଭେମ୍ବର ଶେଷ ସପ୍ତାହରେ କରାଯିବା ନେଇ ସୂଚନା ଦେବା ସହ ରାଜ୍ୟର କିଛି ଲବ୍ଧପ୍ରତିଷ୍ଠ ତଥା ପ୍ରତିବାଦୀପ୍ତ ବ୍ୟକ୍ତି ବିଶେଷଙ୍କୁ କଳା କେନ୍ଦ୍ର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରସଙ୍ଗ ଉତ୍ଥାପନ କରିଥିଲେ । ପରିଶେଷରେ ଯୁବ ଆଇନଜୀବୀ କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଗୋରୁ ଧକ୍କା ଦେଇ ବାଇକ ଚାଳକ ଅଳ୍ପକେ ବର୍ତ୍ତିଲେ, ଘଟଣା ସ୍ଥଳରେ ଗୋରୁ ମୃତ

masiha

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!