ମେଲେରିଆ ଜ୍ଵର ରେ ଝୁମୁକା ୱାର୍ଡ ମେମ୍ବରଙ୍କ ମୃତ୍ୟୁ
ବନ୍ଧୁଗାଁ ତା ୧୪/୪/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଝୁମୁକା ଗ୍ରାମର ୱାର୍ଡ ମେମ୍ବର ମେଲେରିଆ ଜ୍ଵର ରେ ପୀଡ଼ିତ ଥାଇ ଚିକିତ୍ସା ସଠିକ୍ ନ ପାଇବାରୁ ନିଜ ଘରେ ମୃତ୍ୟୁ ହୋଇଯାଇଛି । ୱାର୍ଡ ମେମ୍ବର ଶ୍ରୀମତୀ ଟ୍ରେପେକା ସିଲିକା ସ୍ବାମୀ ଟ୍ରେପେକା ଶିବ ଙ୍କ ଜଣେ ପୁଅ ଥିବା ବେଳେ ଆଉ ତିନି ଜଣ ଛୋଟ ଛୋଟ ଝିଅ ପିଲା ରହିଛନ୍ତି । ୱାର୍ଡ ମେମ୍ବର ଭାବରେ ନିଜ ଗାଁ ପାଇଁ ଦୁଇ ଥର ରହି ଆସିଛନ୍ତି । ଗାଁ ର ଅନେକ ବିକାଶ ମୁଳକ କାମ କରିବା ପାଇଁ ସବୁ ବେଳେ ପଞ୍ଚାୟତ ମିଟିଂ ଗୁଡ଼ିକରେ ଭାଗ ନେଉଥିଲେ। ଜଣେ ଅଶିକ୍ଷିତ ମହିଳା ୱାର୍ଡ ମେମ୍ବର ହୋଇଥିଲେ ମଧ୍ୟ ସରପଞ୍ଚ , ନାଇବ ସରପଞ୍ଚ ଓ ସମସ୍ତ ୱାର୍ଡ ମେମ୍ବର ମାନଙ୍କ ପାଖରେ ଅତି ଆଦରଣୀୟ ଥିଲେ । ଝୁମୁକା ଗ୍ରାମରେ ସ୍କୁଲ ବନ୍ଦ ହେବାକୁ ଥିବା ବେଳେ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କୁ ସହଯୋଗ କରି ୨୩ ଜଣ ଛାତ୍ରଛାତ୍ରୀ ଙ୍କୁ ନୂତନ ଭାବେ ନାମ ଲେଖାଇ ସ୍କୁଲ ଚାଲୁ ରଖିବାରେ ସଫଳ ପାଇଥିଲେ । ୱାର୍ଡ ମେମ୍ବର ଙ୍କ ବଡ ପୁଅ ସନ୍ତୋଷ ଟ୍ରେପେକା ୫ ମ ଶ୍ରେଣି ପାଠ ପଡୁଥିବା ବେଳେ ଝିଅ ଅନିତା ଟ୍ରେପେକା ୫ ବର୍ଷ, ପ୍ରମିଳା ଟ୍ରେପେକା ୩ ବର୍ଷ, ନନ୍ଦିନୀ ଟ୍ରେପେକା ୨ ବର୍ଷ ହୋଇଥିବା ଜାଣିବାକୁ ମିଳିଛି । ସେ ୱାର୍ଡ ମେମ୍ବର ଥାଇ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ନାଇବ ସରପଞ୍ଚ ସନ୍ୟା ମାଣ୍ଡିଙ୍ଗି, ୱାର୍ଡ ମେମ୍ବର ସିରିମେ ମେଲେକା, ଲିମ୍ବେ ମେଲେକା, ଜ୍ୟୋତି ମେଲେକା, ସୂର୍ଯ୍ୟ ମେଲେକା, ଏ ସୁରେନ୍ଦ୍ର, ଶ୍ରିନୁ ମାଣ୍ଡିଙ୍ଗି, ବିମୁଡୁ ବାଘବଂଶ ଉପସ୍ଥିତ ରହି ଥିବା ବେଳେ ସାଥିରେ ଉତ୍ତମ ନାୟକ ମଧ୍ୟ ଭାଗ ନେଇ ଦୁଖିତ ପରିବାରଙ୍କୁ ଅଳ୍ପ କିଛି ସହାୟତାରେ ଦେଇଥିଲେ ।