ଭୁବନେଶ୍ବର, ତା ୦୨ /୦୨: ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଓଡ଼ିଶାର କୋଣ ଅନୁକୋଣର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରାଜ୍ୟର ଖ୍ୟାତିସମ୍ପନ୍ନ କଳାକାରମାନଙ୍କୁ ତୁଳସୀରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ସେହିପରି ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗୀତିକାର ଓ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିନେଶ ମଲ୍ଲିକ, ସଙ୍ଗୀତ ମୂର୍ଚ୍ଛନା ଏବଂ ଓଡ଼ିଶା ସଂସ୍କୃତି କଳା ଏକାଡେମୀର ସଭାପତି ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ବସନ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କୁ ତୁଳସୀରତ୍ନ, ଓଡ଼ିଶାରତ୍ନ, ଜିଲ୍ଲାରତ୍ନ ଓ ସଙ୍ଗୀତ ମୂର୍ଚ୍ଛନା ଭଳି ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ୪୦୦ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ତୁଳସୀରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶ୍ରୀକାନ୍ତ ଗୌତମ, ଗୀତା ଦାଶ, ବିଷ୍ଣୁମୋହନ କବି ଓ ଏମବିସି ଟିଭିର କରେଣ୍ଟ ଆଫାୟାର୍ସ ମୁଖ୍ୟ କଳ୍ପନା କରନଙ୍କ ସମେତ ବହୁ ଆଗଧାଡ଼ିର କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
next post