ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ ଯୁବ ବିକାଶ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ

ନୂଆ ଓ ଯୁବ ବିକାଶ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ

କୋକସରା,୧୩/୧୨ //ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମର ତୃତୀୟ ଦିନର ଉତ୍ସଵ ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଓ କାର୍ଯ୍ୟକ୍ରମ କ୍ରୀଡା ଓ ସମନ୍ବିତ ବିକାଶରେ ସହାୟକ ହେବ ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦେବେନ୍ଦ୍ର ମେହେର, ଅନୀଲ ବାଗ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ଛାତ୍ରୀ ତୁଳସୀ ରାଉତ ଓ ଦେବସ୍ରିତା ସୁନାନୀ କରିଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଭାତ ଶୁକ୍ଳା, ଯୁଗଳ ବାଗ, ରାମକୃଷ୍ଣ ଚୌଧୁରୀ, ଅଧ୍ୟାପିକା ଲିପ୍ସାରାଣି ଦାସ, କଳ୍ପନା ଭୋଇ, ଜ୍ୟୋର୍ତିମୟୀ ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ନିରଞ୍ଜନ ନେଗି, ସୁଜିତ ପଣ୍ଡା ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା, କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଥିବା ନେଇ ଅଧ୍ୟକ୍ଷ ଶ୍ରୀ ସାହୁ ସୁଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

Sunil Chandra Nayak

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

masiha

ଧର୍ମପ୍ରାଣାଙ୍କ ପରଲୋକ

masiha

Leave a Comment

error: Content is protected !!