ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

ରାଉରକେଲା: ରାଉରକେଲା ର ଅଗ୍ରଣୀ କଳା, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ କାନଭାସ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ସେକ୍ଟର ୧୩ ମେଲଣ ପଡ଼ିଆରେ ଆୟୋଜନ କରୁଛି। ଏସମ୍ପର୍କରେ ୧୩ ନମ୍ବର କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାନଭାସ ର କର୍ମକର୍ତ୍ତା ମାନେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଗତ ୩ ତାରିଖ ରେ ଅନୁଷ୍ଠିତ ହୋଇଥିବା ମିନି ମାରାଥନ ଦୌଡ଼ ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ, ୨୭ ତାରିଖ ଦିନ ଉଭୟ ପୁରୁଷ ଓ ମହିଳାଙ୍କ କବାଡି ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଖେଳାଳି,୨୮ ତାରିଖ ସକାଳ ୬ ଟାରେ ସାଇକେଲ ଚାଳନା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା, ସନ୍ଧ୍ୟା ରେ ମେଳଣ ପଡ଼ିଆରେ ଇସ୍ପାତ ନଗର ର ମହିଳା ମାନଙ୍କ ମଧ୍ୟରେ ହୋଇଥିବା ମ୍ୟୁଜିକାଲ ଚେୟାର ର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନ ପ୍ରଦାନ କରାଯିବ। ସେହିପରି ୨୯ ତାରିଖ ରେ ସନ୍ଧ୍ୟା ୬ ଠାରୁ ୧୨ ଟା ପର୍ଯ୍ୟନ୍ତ ମୁମ୍ବାଇ ର ଖ୍ୟାତନାମା କଣ୍ଠଶିଳ୍ପୀ ପାମେଲା ଜୈନ୍, ଓଡ଼ିଆ କଣ୍ଠଶିଳ୍ପୀ କୁମାର ବାପି, ଗୋବିନ୍ଦ ଚନ୍ଦ୍ର, ଜ୍ୟୋତିର୍ମୟୀ ନାୟକ ତଥା ପଶ୍ଚିମ ଓଡିଶାର କଣ୍ଠଶିଳ୍ପୀ ପଙ୍କଜ ଜାଲ,ଅମର ଦାସ ପ୍ରମୁଖ ଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ। ସେହିପରି ୩୦ ତାରିଖ ଦିନ ମୁମ୍ବାଇର ସୁଦେଶ ଭୋସଲେ ଓ ସାଥିମାନଙ୍କ ଦ୍ବାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଦିଲ୍ଲିପ ରାୟ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ମଙ୍ଗଳା କିଶାନ, ରୋହିତ ପୂଜାରୀ,ଏସ ପି,ପ୍ରଶାସନ ଅଧିକାରୀ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ସହରର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀରେ ହରିହର ରାଉତରାୟ, ଆବାହକ ସୁରେଶ ପ୍ରଧାନ,ଅମିତାଭ ସାମଲ, ବିମଳ କୁମାର ବିଶି,ପ୍ରଭୁ ପାତ୍ର, ସୁଧାଂଶୁ ରାଉତ, ପ୍ରବୀର ଜେନା, ସଲିଳ ପଟ୍ଟନାୟକ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ନାଚିକେତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!