ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ଵନୟ ନେଇ ସମୀକ୍ଷା

ସୁନ୍ଦରଗଡ଼, ୨୭/୦୩/୨୫: ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଶ୍ରୀ ଭାସ୍କର ଜ୍ୟୋତି ଶର୍ମାଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିବସରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଯୋଜନା, ପ୍ରକଳ୍ପ ଆଦି ଉପରେ ସମୀକ୍ଷା କରିଥିଲେ।

       ବୈଠକ ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ସମଗ୍ର ଜିଲ୍ଲାର ଭୌଗଳିକ ଅବସ୍ଥିତି ଉପରେ ଉପସ୍ଥାପନ କରିବା ସହିତ ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ। ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଜିଲ୍ଳାର ସ୍ବାସ୍ଥ୍ୟ ଭିତ୍ତିଭୂମି, ଡାକ୍ତର, ଅଣ ଡାକ୍ତର, ପାରା ମେଡିକାଲ ଷ୍ଟାଫ, ସ୍ବାସ୍ଥ୍ୟ ମିତ୍ର ମାନଙ୍କ ତଥ୍ୟ ଉପସ୍ଥାପନ କରିବା ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଉପରେ ଉପସ୍ଥାପନ କରିଥିଲେ। ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ନଳକୂପ, ଗ୍ରାମୀଣ ଗୃହ ନିର୍ମାଣ, ଅନ୍ତୋଦୟ ଗୃହ ଯୋଜନା, ସ୍ୱଚ୍ଚ ଭାରତ ମିଶନ, ଏମ ଜି ଏନ୍ ଆର୍ ଇ ଜି ଏ ତଥା ଓରମାସ ଏବଂ ଓଡ଼ିଶା ଜୀବିକା ମିଶନ ଦ୍ବାରା ଜିଲ୍ଲା ର ବିଭିନ୍ନ ଜୀବିକା ସମ୍ପର୍କିତ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। 

     ଜିଲ୍ଲା ଶିକ୍ଷା ଅଧିକାରୀ ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ପି ଏମ୍ ଶ୍ରୀ ଯୋଜନା , ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଭର୍ଚୁଆଲ ଷ୍ଟୁଡିଓ ଉପରେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଏବଂ ହଷ୍ଟେଲ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ର ଅବସ୍ଥିତି, ଛାତ୍ରବୃତ୍ତି ଆଦି ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଭଦ୍ରା ଯୋଜନା ଏବଂ ଡିଜିଟାଇଜେସନର ସ୍ଥିତି, କେତେ ଆବେଦନ ଗ୍ରହଣ ହେଇଛି,କେତେ ହିତାଧିକାରୀ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଛନ୍ତି ତାହା ଉପରେ ଉପସ୍ଥାପନ କରିବା ସହିତ ଜିଲ୍ଲାର ଅଙ୍ଗନୱାଡ଼ି ଗୁଡ଼ିକର ସ୍ଥିତି, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପିଲାମାନଙ୍କର ପୋଷଣ, ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଆଦି ଉପରେ ଆଲୋକପାତ କରିଥିଲେ। 

    ସେହିଭଳି ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଭତ୍ତା ବଣ୍ଟନ, ବିଦ୍ୟୁତକରଣ , କାମଧେନୁ ଯୋଜନା, ଜିଲ୍ଲା ର ବୃହତ୍ ଶିଳ୍ପ ,ମଧ୍ୟମ ଶିଳ୍ପ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଅମୃତ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ଅଧିନିୟମ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଅଧିନିୟମ , ରାସନ୍ କାର୍ଡ ର ଅବସ୍ଥିତି, ଅଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡ ବାଦ୍ ଦେବା, ପି ଡି ଏସ ବଣ୍ଟନ ବ୍ୟବସ୍ଥା ଆଦି ଉପରେ ସମୀକ୍ଷା କରାଯାଇଥିଲା।

ଏହି ସମୀକ୍ଷା ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମୀରାସେ, ବଣାଇ ବନଖଣ୍ଡ ଅଧିକାରୀ ଶ୍ରୀ ଲଳିତ ପାତ୍ର, ବଣାଇ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

ସାଇ ସତ୍ୟନାରାୟଣ ବ୍ରତ କଲେ ୧୦୮ ଦମ୍ପତି 

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ 

masiha

Leave a Comment

error: Content is protected !!