ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତା ମହିଳା ମଂଚ ତରଫରୁ ସହିଦ ଓ ପିତୃମାତୃ ଦିବସ ପାଳିତ

ରାଉରକେଲା/ ଏକତା ମହିଳା ମଂଚ ତରଫରୁ କୋଏଲ ନଗର ସ୍ଥିତ ସି ବ୍ଲକ ପାର୍କ ଠାରେ ସହିଦ ଓ ପିତୃମାତୃ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତି ଙ୍କ ସଭାପତିତ୍ବ ଓ ସଂପାଦିକା ଅଂଶୁପା ଦଳେଇଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ପରଭେଜ ଅରୋରା, ଲୁସି ଦାଶ, ଶ୍ରଦ୍ଧା ଷଡଙ୍ଗୀ, ଜୋୟା ତ୍ରିପାଠୀ,ଆଇନଜୀବୀ ରମେଶ ମହାନ୍ତି, ଏସଆଇ ମନୋହର ପ୍ରଧାନ, ଅମ୍ରିତା ନିଲମ,ଗ୍ରେସୀ ଡେଭିଡ, ରଶ୍ମିତା ପଣ୍ଡା, କଲ୍ୟାଣୀ ଦାସ, ବାବୁଲି ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫୁଲୱାମା ରେ ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପିତୃମାତୃ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କବି ସସ୍ମିତା ପ୍ରଧାନ ଓ ସୁରେଶ ଲେଙ୍କା ଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କଟାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ଲତା ବେହେରା, ମୀନାକ୍ଷୀ ପାଢୀ, ବନଜା ବିଶ୍ବାଳ, ଅସ୍ମିତା ମହାନ୍ତି, ସୁଷମା ଡାଙ୍ଗ, ନିରୁପମା ଜେନା, ବିଣାପାଣୀ ଦାଶ, ମନୋରମା ଧଳ, ମିତା ଶର୍ମା, ବିଶ୍ବଜିତ ରାଉତ, ବିଜୟ ସୁନ୍ଦରରାୟ, ହରେକୃଷ୍ଣ ନାୟକ, ସୁଦିନ ଶର୍ମା, ମଞ୍ଜୁ ସିଂ, ମୋହନ ମହାନ୍ତି, ନିର୍ଝରା ମହାନ୍ତି, ପାବନୀ ପାଣିଗ୍ରାହୀ, ବିଶାଖା ମହାନ୍ତି, ସିମରନ ସିଂ, ଜ୍ଞାନ ପାତ୍ର, ମାନସ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!