ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଲୱାମା ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ମନେ ପକାଇବା ସହ “ବ୍ଲାକ ଡେ” ପାଳନ କଲେ ବାଣପୁର ର  ଦେଶ ପ୍ରେମୀ ଯୁବକ

ବାଣପୁର:- ଆଜି ପ୍ରେମୀ ଯୁଗଳ ମାନଙ୍କ ପାଇଁ ଦିନ ଟିଏ ହୋଇଥିବା ବେଳେ କିନ୍ତୁ ଆଜିର ଦିନରେ ଓଡ଼ିଶାରେ ଆଉ ଏକ ଦୁଃଖତ ଘଟଣା ଘଟିଥିଲା। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କିଛି ଦେଶ ପ୍ରେମୀ ଯୁବକ ମାନେ ବ୍ଲାକ ଡେ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ୨୦୧୯ ଫେବୃଆରୀ ୧୪ ତାରିଖରେ ଘଟିଥିବା ଦୁଃଖଦ ଘଟଣା, କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ଆମ ଦେଶର ୪୦ ବୀର ଯବାନଙ୍କୁ ଆଜିର ଦିନରେ ମନେ ପକାଇବା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ଦେଶପ୍ରେମୀ ଯୁବକ ମାନେ ବାଣପୁର ମାଆ ଭଗବତୀ ମନ୍ଦିର ଠାରୁ ଏକ ପଦଯାତ୍ରା କରି ସହିଦ ଯବାନ ଅମର ରହେ ନାରା ଦେଇ ବାଣପୁର ନଗର ପରିକ୍ରମା କରିବା ସହ ପଲଟଣ ପଡ଼ିଆ ସ୍ଥିତ ସହିଦ୍ କୃତିବାସ ପାଟ୍ଟଶାଣୀ ଙ୍କ ପତିମୂର୍ତ୍ତି ନିକଟରେ ପହଁଚି ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପଦଯାତ୍ରା ସମାପ୍ତ କରିଥିଲେ।

ବାଣପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ୍ 

Related posts

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

Sunil Chandra Nayak

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

Sunil Chandra Nayak

ପୁଣି ଚମକାଇ ଦେଲେ ଝିଅ ବନିତା

masiha

Leave a Comment

error: Content is protected !!