ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡରେ କଳା ବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଯାପିତ 

ଜୁନାଗଡରେ କଳା ବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଯାପିତ 

ଜୁନାଗଡ଼୧୯/୫(ମନୀ ସ):ଜୁନାଗଡ ଅଞ୍ଚଳରେ ସ୍ଥିତ କଳା ବିକାଶ କେନ୍ଦ୍ରରେ ଆଜି ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦ୍ଯାପନୀ ସମାରୋହ ଉତ୍ସାହ ଓ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ଅବକାଶ ଅବସରରେ ଗତ ୧ ଠାରୁ ୧୭ ମ ପର୍ଯ୍ୟନ୍ତ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ଚିତ୍ରାଙ୍କନ,ନୃତ୍ୟ ଓ ତାଇକୋଣ୍ଡୋ ରେ ଶିକ୍ଷା କ୍ରମାଗତ ଭାବରେ ପ୍ରଦାନ କରାଯାଇଥିଲା ।ପିଲାମାନଙ୍କର ଶାରୀରିକ ବିକାଶ,ବୌଦ୍ଧିକ ଓ ମାନସିକ ବିକାଶ ବୃଦ୍ଧିରେ ଏହି ତାଲିମ ସହାୟକ ହେବ । ପୂର୍ବାହ୍ନ ୯ ସମୟରେ କର୍ମଶାଳାର ଉଦଯାପନୀ ଦିବସ କଳା ବିକାଶ କେନ୍ଦ୍ର ଠାରେ ଆରମ୍ଭ ହୋଇଥିଲା । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବ୍ଲକ ସୋସିଆଲ ସେକ୍ୟୁରିଟି ଅଫିସର ତୁଷାର ରଞ୍ଜନ ସାହୁ ଉପସ୍ଥିତ ହୋଇଥବା ବେଳେ ସମ୍ମାନିତ ଅତିଥି ଭାବେ ଏକ୍ସ ଆର୍ମୀ ପ୍ରବୀର କୁମାର ସାହୁ,ଜୁନାଗଡ ମାନବ ସେବା ସଂସ୍ଥା ସଭାପତି ଦିଲୀପ ପଣ୍ଡା ,ମୁକୁନ୍ଦ ରେଡ୍ଡୀ,ପ୍ରଶାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ କଳା ବିକାଶ କେନ୍ଦ୍ର ନିର୍ଦ୍ଦେଶକ ମାନସ ରଞ୍ଜନ ସେଠୀ ସଭା ସଂଯୋଜନା କରିଥିଲେ ।ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ଉତ୍ସବ ଅବସରରେ ପୁରସ୍କାର ବିତରଣ କରାଯାଇଥିଲା।ଶେଷରେ ରଶ୍ମି ରଞ୍ଜନ ନାୟକ ଓ ଡିଙ୍ଗର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ କଳାବିକାଶ କେନ୍ଦ୍ରର ପ୍ରଶିକ୍ଷକ ମୁକୁନ୍ଦ ରେଡ୍ଡୀ,ଡି.ବଳରାମ, ଯୋଗିନ୍ଦ୍ର ପଟ୍ଟନାଏକ,ମାନସ ରଞ୍ଜନ ପଣ୍ଡା,ପ୍ରିୟଙ୍କା ପ୍ରଧାନ ଓ ରିଙ୍କି ନାଏକ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦୌରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇଥିଲା ଏହି କେନ୍ଦ୍ରର ପୂର୍ବତନ ଛାତ୍ରୀ ଓ ବର୍ତ୍ତମାନ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀଙ୍କ ମାଧ୍ୟମରେ ଭବାନୀପାଟଣାରେ ଏକ ନୂଆ ଶାଖା ‘ଅଭିନୟ ଫାଉଣ୍ଡେସନ’ ଖୋଲିବା ଘୋଷଣା କରାହୋଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

masiha

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ଛାତ୍ରଛାତ୍ରୀଙ୍କ ନିରାପତ୍ତା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!