ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

ଜୁନାଗଡ଼୧୯/୫(ମନୀସ)-ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ ରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାଜପା ସଭାପତି ଯୁଗଳ କିଶୋର ପୋଡ଼, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ଓ ସୁଧାଂଶୁ ବରାଡ଼ ଜୁନାଗଡ଼ ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକ ଷଷ୍ଠି ବେହେରା,ପୂ ମିଲିଟାରୀ ମଧୁସୂଦନ ପଣ୍ଡା, ଦୀପ୍ତି ମୁଣ୍ଡ, ନୀଳକଣ୍ଠ ରାଉତ, ସାମ୍ବାଦିକ ଚମ୍ପକ ଅଗ୍ରୱାଲ, ଉଦ୍ଧବ ସାହୁ, ରଞ୍ଜନ କୁମାର ଜାଲ,ସରପଞ୍ଚ ଦିବ୍ୟ ଦୀପ, ମିକୁନ ପଟ୍ଟନାୟକ, କାଞ୍ଚନ ବେମାଲ, ନିଲୁ ମାଝୀ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।ଏହି ତ୍ରିରଙ୍ଗା ଯାତ୍ରାରେ ବାର ଆସୋସିଏସନ, ମାଇନୋରୋଟି ମୋର୍ଚ୍ଚା,ବହୁଜନ ସଂଗ୍ରାମ ସମିତି,ସରପଞ୍ଚ ସଂଘ,ମାରୱାଡ଼ି ଯୁବା ମଞ୍ଚ,ଓବିସି ସମାଜ,ଯାଦବ ସମାଜ ଓ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ବାଇକ ରେଲି ରେ ଅଂଶ ଗ୍ରହଣ କରିଥିଲେ l ଏହି ଯାତ୍ରାରେ ଜୁନାଗଡ଼ର ନାଗରିକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।ଏକ୍ସ ମିଲିଟାରୀ, ଫାୟାର ମ୍ୟାନ ଓ ପୁଲିସ ବିଭାଗର ଅନେକ ଅଧିକାରୀ ଏହି ଆୟୋଜନରେ ସକ୍ରିୟ ଭାଗ ନେଇଥିଲେ। ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଜନମାନସରେ ଦେଶପ୍ରେମ ଓ ଜନସମ୍ପ୍ରୀତିର ବାର୍ତ୍ତା ପ୍ରସାର କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଏକତା ଓ ସହଯୋଗ ମାଧ୍ୟମରେ ସଫଳ ଭାବରେ ସମ୍ପନ୍ନ ହୋଇଥିଲା ।ଶେଷରେ ବରିଷ୍ଟ ଓକିଲ ହିମାଂଶୁ ଶେଖର ବରାଡ଼ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଙ୍ଗନବାଡି ସଂଘର ନବରଙ୍ଗପୁର ବ୍ଲକ ସମ୍ମିଳନୀ

masiha

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!