ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଅତୀତ୍ କେ ବାତାୟନ’

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଅତୀତ୍ କେ ବାତାୟନ’

ରାଉରକେଲା : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ର ଚତୁର୍ଥ ସଂଧ୍ୟାର ଉତ୍ସବକୁ ଏନ୍‌.ଟି.ପି.ସି ସେଲ୍ ମୁଖ୍ୟ ମହା ପ୍ରବନ୍ଧକ ତଥା ବିଜନେସ୍ ୟୁନିଟ୍‌ର ହେଡ୍ କେ. ସତ୍ୟନାରାୟନ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରିମ୍‌ସ ରାଉରକେଲାର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଓ ରାଉରକେଲା ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଯୋଗଦାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଆରଏସପି ଉପ ମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକଙ୍କୁ ‘ସଂପର୍କ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଚାରିଜଣ ଯୁବ ସାମ୍ବାଦିକଙ୍କୁ ‘ଗୌରୀଶଙ୍କର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ଅନିଲ୍ କୁମାର ମଲ୍ଲିକ ପରିଚାଳନା କରିଥିବା ବେଳେ ସଂଜୀବ ଚାନ୍ଦ ଧନ୍ୟବାଦ ଦେଇଥିଲେ । ପୁଷ୍ପା ବିଶୋୟୀ, ସୁରଭି ରଣା, ସୁରେନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ପରେ ପାଟନା, ବିହାରର ପ୍ରସିଦ୍ଧ ନାଟ୍ୟାନୁଷ୍ଠାନ ପ୍ରାଙ୍ଗଣର କଳାକାରମାନେ ‘ଅତୀତ କେ ବାତାୟନ’ ନାଟକ ମଞ୍ଚସ୍ଥ କରିଥିଲେ । ନାଟକର କାହାଣୀ ଆରମ୍ଭ ହୁଏ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାନ୍ତାଳମାନଙ୍କ ଆନ୍ଦୋଳନରୁ । ଏହି ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେଇଥିବା କୁନୱାର ସିଂଙ୍କ ଦେଶପାଇଁ ବଳିଦାନକୁ ଆଧାର କରି କାହାଣୀଟି ଆଗକୁ ଆଗେଇଛି । ଏହି କାହାଣୀରେ ଇଂରେଜ ସରକାରଙ୍କ ବିରୋଧରେ ପ୍ରଥମ ବୋମାମାଡ ହୋଇଥିବା ବିହାରର ସ୍ୱାଧୀନତା ସଂଗ୍ରାମୀଙ୍କ ଅକୁଣ୍ଠ ବଳିଦାନକୁ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ଯାତ୍ରା, ଭାରତଛାଡ଼ ଆନ୍ଦୋଳନ ଆଦିରେ ବିହାରର ଲୋକମାନଙ୍କ ଯୋଗଦାନକୁ ଲୋକନୃତ୍ୟ ମାଧ୍ୟମରେ ସୁନ୍ଦରଭାବେ ଉପସ୍ଥାପନ କରି କଳାକାରମାନେ ଦର୍ଶକଙ୍କ ମନରେ ସ୍ୱଦେଶପ୍ରୀତି ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ ।

କଳାକାରମାନଙ୍କ ନିଖୁଣ ଅଭିନୟ, ସୁନ୍ଦର କୋରିଓଗ୍ରାଫୀ, ସୁମଧୁର ସଂଗୀତ ସାଙ୍ଗକୁ ଉଚ୍ଚକୋଟୀର ନିର୍ଦ୍ଦେଶନା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ନାଟକର ରଚୟିତା ହେଉଛନ୍ତି ଅରୁଣ ସିହ୍ନା ଓ ନିର୍ଦ୍ଦେଶନା ଦେଇଛନ୍ତି ଅଭୟ ସିହ୍ନା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ନାଟକ ‘ଦଲିଆ’ 

masiha

ନାଟକ ନୂଆ ଦିଗନ୍ତ ସମାଜକୁ ଦେଲା ନୂତନ ବାର୍ତ୍ତା

Sunil Chandra Nayak

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା

masiha

Leave a Comment

error: Content is protected !!