ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ଜଳିଗଲା ପ୍ଲାଷ୍ଟିକ କମ୍ପାନୀର ଗୋଦାମ ଘର , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଅଗ୍ନିକାଣ୍ଡରେ ଜଳିଗଲା ପ୍ଲାଷ୍ଟିକ କମ୍ପାନୀର ଗୋଦାମ ଘର , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ବସ୍ତା,14/12 : ବାଲେଶ୍ୱର ଜିଲ୍ଲା ଅମର୍ଦାରୋଡ ଓ ବାରିପଦା ମୁଖ୍ୟରାସ୍ତା ଗେଟ ବଜାର ଅନତି ଦୂରରେ ଥିବା ଏକ ପ୍ଲାଷ୍ଟିକ କମ୍ପାନୀ ପୂର୍ବରୁ ରହିଥିଲା।ଉକ୍ତ ଘରକୁ ଭଡ଼ା ସୂତ୍ରରେ ଜୈନିଜ କମ୍ପାନୀ ମାଲିକ ନେଇ ଚଳାଉ ଥିଲେ।ସେ ସେଠାରେ କମ୍ପାନୀ ବନ୍ଦ କରି ଅନ୍ୟତ୍ର ଚାଲି ଯାଇଥିଲେ ହେଲେ ସେଠାରେ କିଛି ତାଙ୍କର ଅଦରକାରୀ ପ୍ଲାଷ୍ଟିକ ପଡ଼ିରହିଥିଲା।ଗୁରୁବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ଘର ଜଳୁଥିବାର ଦେଖିବାକୁ ପାଇଥିଲେ l ସୂଚନା ଅନୁଯାୟୀ ଏହି କମ୍ପାନୀର ଗୋଦାମ ଘର ଦୀର୍ଘ ଦିନରୁ ବନ୍ଦ ରହିଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ଉକ୍ତ ଘରେ ନିଆଁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ ପ୍ଲାଷ୍ଟିକ ସାମଗ୍ରୀ ସମ୍ପୂର୍ଣ ପୋଡି ପାଉଁଶ ହୋଇ ଯାଇଥିବାର ଦେଖିବାକୁ ମିଳିଛି। ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦଯାପନୀ ଦିବସ

Sunil Chandra Nayak

ରଥଯାତ୍ରାରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ଓ ସ୍ବାସ୍ଥ୍ୟ ସେବା ଶିବିର

masiha

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର  ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

masiha

Leave a Comment

error: Content is protected !!