ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ

ଢେଙ୍କାନାଳ – ଢେ଼ଙ୍କାନାଳ ସଦର ଥାନା ଭାପୁର ଅଞ୍ଚଳରେ ଗତ କିଛିଦିନ ହେଲା ମାଙ୍କଡା ପଥର ବୋଝେଇ ଟ୍ରକ୍ ଯାଉ ଥିବାର ପୋଲିସ୍ ପାଖରେ ଖବର ଥିଲା। ଆଜି ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଜବତ କରାଯାଇଛି ଏବଂ ଭାପୁର ଫାଣ୍ଡି ପୋଲିସ ଏହି ଟ୍ରକକୁ ଜବତ କରି ଭାପୁରରେ ରଖି ଏହାର ତଦନ୍ତ ଚଳାଇଛନ୍ତି ଏବଂ ବଡ଼ରକମର ଏକ ଫାଇନ୍ କରାଯିବ ବୋଲି ଯାହା ସୂଚନା ମିଳିଛି। ଏହି ଟ୍ରକଟି ଯାହାକି ମାଙ୍କଡା ପଥର ବୋଝେଇ ହୋଇ ଯାଉଥିବାର ସୂଚନା ମିଳିଛି।

ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ଢେଙ୍କାନାଳ – ଢେଙ୍କାନାଳ ବନଖଣ୍ଡ ଅଧିନ ସଦର ରେଞ୍ଜ ଭାପୁର ସେକ୍ସନ ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା cମୁତାବକ ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ କୋତ୍ତମ ଗ୍ରାମପଞ୍ଚାତର ଜରିପାଳ ଜୁଆଙ୍ଗ ସାହିର ଯୁବକ ଗଗନ ପ୍ରଧାନ କାମସାରି ଅପରାହ୍ନରେ ଗ୍ରାମ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ହାତୀ ଆକ୍ରମଣ ଯୋଗୁଁ ସେ ପାଣି ଭିତରେ ବୁଡ଼ି ପଡ଼ି ଥିବାର ଯାହା ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମଧ୍ୟ ମୃତଦେହକୁ ଜବତ କରିଛି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ସେପଟେ ମୃତ ଦେହ ଶବବ୍ୟବଛେଦ ହେବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀ ଆକ୍ରମଣରେ ମୃତ ହୋଇଛି କି ପାଣିରେ ବୁଡି ମୃତ୍ୟୁ ହୋଇଛି ପୋଷ୍ଟ ମୋଟମ ପରେ ଜଣା ପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି। ହେଲେ ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

Sunil Chandra Nayak

ରାଇରଙ୍ଗପୁର ମୁର୍ମୁ ଛକରେ ଅତ୍ୟାଧୁନିକ ମିଲନ ମ୍ଯୁଜିକ ଷ୍ଟୁଡିଓ ଉଦଘାଟିତ

Sunil Chandra Nayak

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା

masiha

Leave a Comment

error: Content is protected !!