ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ବର୍ଷାରେ ଡାବୁଗାଁ ବେହାଲ 

ପ୍ରବଳ ବର୍ଷାରେ ଡାବୁଗାଁ ବେହାଲ 

ଡାବୁଗାଁ, ୧୩/୯ (ମ.ନି.ସ.)- ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ପ୍ରବଳ ବର୍ଷା ଯୋଗୁ ଡାବୁଗାଁ ବେହାଲ | ଆଜି ସକାଳ ୮.୩୦ ଘ. ଠାରୁ ୧୦.୩୦ ଘ. ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାରୁ ବ୍ଲକ କଲୋନୀ ପରିସରରେ ଥିବା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ|ଳୟ ପରିସରରେ ୩ ଫୁଟ ବର୍ଷ ଜଳ ଜମି ରହିଥିବା ବେଳେ କାର୍ଯ୍ୟ|ଳୟ ମଧ୍ୟରେ ପ୍ରାୟ ୧ ଫୁଟ ର ପାଣି ରହିଥିବା ଦେଖିବାକୁ ମିଳିଛି | କର୍ମଚାରୀ ମାନେ ଆଣ୍ଠୁଏ ପାଣିରେ ପଶି କାର୍ଯ୍ୟ|ଳୟକୁ ଯାଉଥିବା ଦେଖା ଦେଇଛି | ଏହାସହ ବ୍ଲକ କଲୋନୀ ବିଦ୍ୟାଳୟ ପରିସରରେ ମଧ୍ୟ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି | ପିଲାମାନେ ପାଣିରେ ପଶି ଶ୍ରେଣୀଗୃହକୁ ଯାଇଥିଲେ | ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନ ଭର୍ତ୍ତି ହୋଇ ଡ୍ରେନ ପାଣି ରାସ୍ତାରେ ୧ ଫୁଟର ପାଣି ଚାଲିଥିଲା | ଅଧା ଘଣ୍ଟା ବର୍ଷା ଛାଡିବା ପରେ ପୁଣି ବର୍ଷା ହେଉଥିବାରୁ ଯାତାୟତ ରେ ବାଧାପ୍ରାପ୍ତ, ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ ବଜାରରେ ଜନଶୂନ୍ୟ ଦେଖାଦେଇଛି | ଏନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ “ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ”ରେ ଜିଲ୍ଲାପାଳଙ୍କ ଦ୍ବାରା ରୋଗୀଙ୍କୁ ପୋଷଣଖାଦ୍ୟ ପକେଟ ବଣ୍ଟନ

Sunil Chandra Nayak

ମଦ ଦୋକାନରେ ଚାବି ମାରି ମଦ ବିକ୍ରି ବନ୍ଦ କରିଦେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା 

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!