ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଥାନୀ ପଞ୍ଚାୟତ ରେ ଭତା ଟଙ୍କା ବଣ୍ଟନ କୁ କେନ୍ଦ୍ର କରି ଉତ୍ତେଜନା ପିଇଓ ଙ୍କ ଅନୁପସ୍ଥିତିରେ ପିଅନ ବାଣ୍ଟିଲେ ଟଙ୍କା

ମଥାନୀ ପଞ୍ଚାୟତ ରେ ଭତା ଟଙ୍କା ବଣ୍ଟନ କୁ କେନ୍ଦ୍ର କରି ଉତ୍ତେଜନା ପିଇଓ ଙ୍କ ଅନୁପସ୍ଥିତିରେ ପିଅନ ବାଣ୍ଟିଲେ ଟଙ୍କା

ବସ୍ତା,23/03: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ରେ ପଞ୍ଚାୟତିରାଜ ବ୍ୟବସ୍ଥା ରେ ସରକାର ରାଜ୍ୟ ରେ ଥିବା ବୃଦ୍ଧବୃଦ୍ଧା ବିଧବା ମାନଙ୍କୁ ପ୍ରତିମାସ ନିର୍ଦିଷ୍ଟ ତାରିଖରେ ଭତା ବଣ୍ଟନ କରିଥାନ୍ତି। ଚଳିତ ମାସ ୨୦ ତାରିଖ ରେ ସମସ୍ତ ସ୍ଥାନରେ ଭତା ବଣ୍ଟନ କରାଯାଇଥିଲେ ମଧ୍ୟ ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତ ରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଞ୍ଚାୟତ ପିଇଓ ଦାୟିତ୍ୱ ରେ ଥିବା ହରିଶଙ୍କର ଧଳ ୨୦ ତାରିଖ ରେ ଭତା ଟଙ୍କା ବଣ୍ଟନ କରାଯିବ ବୋଲି ପ୍ରଚାର କରିଥିଲେ,। ସକାଳ ଠାରୁ ପଞ୍ଚାୟତ ର ବୃଦ୍ଧ ବୃଦ୍ଧା ମାନେ ପଞ୍ଚାୟତ ଅଫିସ୍ ରେ ଅପେକ୍ଷା କରିଥିଲେ ମଧ୍ୟ ପିଇଓ ମହୋଦୟ ନିଜର ବ୍ୟକ୍ତିଗତ କାର୍ଯ୍ୟ ଥିବାରୁ ଆସିନଥିଲେ। ବୃଦ୍ଧ ବୃଦ୍ଧା ମାନେ ଉଦୁ ଉଦିଆ ଖରାରେ ନିରାଶ ହୋଇ ଫେରିଥିଲେ। ତେବେ ୨୧ ତାରିଖ ଦିନ ସକାଳ ଠାରୁ ଶ୍ରୀ ଧଳ ପଞ୍ଚାୟତ ରେ ଭତା ବଣ୍ଟନ କରିଥିବା ବେଳେ ଦିନ ଗୋଟାଏ ସମୟରେ ନିଜର ଜରୁରୀ କାର୍ଯ୍ୟ ପାଇଁ ଭତା ଦେବା ଅଧାରୁ ବନ୍ଦ କରି ପଳାଇ ଯାଇଥିଲେ। ପୁଣି ୨୨ ତାରିଖ ରେ ଲୋକେ ପଞ୍ଚାୟତ ସମ୍ମୁଖରେ ରୁଣ୍ଡ ହୋଇ ଥିଲେ ମଧ୍ୟ ବିଲରେ ସାର ପକାଯାଉଛି ମୁଁ ଯାଇ ପାରିବି ନାହିଁ ବୋଲି ଫୋନରେ କହିଥିଲେ । ପୁଣି ୨୩ତାରିଖ ଶନିବାର ପିଇଓ ଶ୍ରୀ ଧଳ ଅନ୍ୟତ୍ର ପଞ୍ଚାୟତ ରେ ମିଟିଂ ଅଛି କହି ପଞ୍ଚାୟତ ର ପିଅନ କୁ ଏକ ଲକ୍ଷ ସତୁରୀ ହଜାର ଟଙ୍କା ଦେଇ ପଳାଇ ଯାଇଥିବା ବେଳେ ପିଅନ ଜଗବନ୍ଧୁ ବର୍ ଭତା ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ପିଅନ ଜଣକ ଭତା ଖାତାରେ ଥିବା ନାମ କୁ ପଢିପାରୁ ନଥିବା ରୁ ଠିକ ଭାବେ ବଣ୍ଟନ କାର୍ଯ୍ୟ ହୋଇପାରି ନଥିଲା ବୋଲି ସରପଞ୍ଚମମତାରିଣୀ ସିଟଙ୍କ ସ୍ବାମୀ ଅଭିଯୋଗ କରି ଭତ୍ତାଦେବା ବନ୍ଦ କରିଦେଇଥିଲେ ।ତେବେ ପ୍ରଶ୍ନ ଉଠୁଛି ପଞ୍ଚାୟତର ସରପଞ୍ଚ ଉପରେ ପିଓ ବାବୁଙ୍କର ଭରସା ନଥିବାବେଳେ କାହା ନିର୍ଦ୍ଦେଶରେ ପିଅନଙ୍କୁ ବତ୍ତା ବଣ୍ଟନ ପାଇ ନିର୍ଦ୍ଦେଶ ଦେଇ ଛନ୍ତି ଏନେଇ ମଥାନୀ ପଞ୍ଚାୟତ ବାସୀଙ୍କ ମଧ୍ଯରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ତେବେଦୀର୍ଘ ସମୟ ଅପେକ୍ଷା କରିବା ପରେ ଲୋକ ମାନଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା। ଅପରାହ୍ନରେ ଫୋନ ଯୋଗେ ବସ୍ତା ବିଡ଼ିଓ ମୋହିନୀ ନାୟକ ଙ୍କୁ ଯୋଗାଯୋଗ କରିବାରୁ ଆସନ୍ତା କାଲି ଦିନ ନଅ ଟା ସମୟରେ ଭତା ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବୃଦ୍ଧ ବୃଦ୍ଧା ମାନେ ଫେରିଥିଲେ। ପ୍ରକାଶ ଥାଉକି ମଥାନୀ ପଞ୍ଚାୟତ ର ପୋଡାପୋଡା ଗ୍ରାମର ପ୍ରଫୁଲ୍ଳ ସାହୁ ଙ୍କକିଛି ଗତ ୨୦୨୩ ଅଗଷ୍ଟ ମାସରୁ ଭତା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତା କାର୍ଡ କିମ୍ବା ଟଙ୍କା ପାଇପାରୁ ନାହାନ୍ତି। ସେମାନଙ୍କ ର ଭତା ଟଙ୍କା କୁ ସରକାରୀ ଅଧିକାରୀମାନେ ଚଞ୍ଚକତା କରି ଟିପ ଦେଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏଥିସହିତ ପିଇଓ ଶ୍ରୀ ଧଳ ନୂତନ ଭାବରେ ହୋଇଥିବା ସତୁରି ରୁ ଉର୍ଦ୍ଧ୍ବ କାର୍ଡ ନିଜ ପାଖରେ ରଖିଥିବା ବେଳେ ଲୋକ ମାନଙ୍କୁ ଭତା ହୋଇନଥିବା କହିଆସୁଛନ୍ତି, ଯାହାକୁ ନେଇ ସନ୍ଦେହ ଘେରରେ ରହିଛି ବ୍ଲକ ପ୍ରଶାସନ। ତେବେ ପିଇଓ ଙ୍କ ର ମନମୁଖୀ କାର୍ଯ୍ୟ ସହିତ ବ୍ଲକ ପ୍ରଶାସନ ର ଦାୟିତ୍ବହୀନତା କୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ମଥାମୀ ପଞ୍ଚାୟତର ନାଏବ ସରପଞ୍ଚ ନଟବର ସିଂହ.ଅର୍ଜୁନକୁମାର ସିଂହ.ମଧୁସୁଦନ ଦାସ. ଅଶ୍ଚୁତାନନ୍ଦ ଦେ.ସମେତ ପଞ୍ଚାୟତ ବାସୀ ଦାବିକରିଛନ୍ତି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନିମ୍ନ ମାନର ରାସ୍ତା କାମ ନିର୍ମାଣ ଅଭିଯୋଗ ରାସ୍ତା କାମ କୁ ନେଇ ତାତିଲେ ଅଂଚଳବାସୀ କିଛି ସମୟ ଯାଏ ଏସଡ଼ିଓ ଙ୍କୁ ଅଟକ ରଖିଲେ ଆନ୍ଦୋଳନ କାରି ପଦା ରେ ପଡିଲା ବିଭାଗୀୟ ଅଧିକାରୀ ଏବି ଠିକାଦାର ଙ୍କ ମଧୁଚନ୍ଦ୍ରିକା  

Sunil Chandra Nayak

Vedanta’s Neglect: Dongajhula Village Left in the Dark

masiha

କୋରାପୁଟ ସମବାୟ ବ୍ୟାଙ୍କ ନାରାୟଣପାଟଣା ର ବନ୍ଧୁଗାଁ ଶାଖାରେ ଭ୍ରାମ୍ୟମାଣ ଗାଡ଼ି ଖତ ଖାଇ ନଷ୍ଟ

Sunil Chandra Nayak

Leave a Comment

error: Content is protected !!