ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୋଚନୀୟ ଅବସ୍ଥାରେ ସୁରୁପି ଠାରୁ ଲୋହାରି ଗଡ଼ା ରାସ୍ତା !!!

କୋଲନରା :- ୧୦/୭ କୋଲନରା ବ୍ଲକ ଅନ୍ତର୍ଗତ ଝରଡ଼ି ଗ୍ରାମ ପଞ୍ଚାୟତର ସୁରୁପି ଠାରୁ ଟି ସିକାବାଡି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ କରିବା ଦିଗରେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ଉପାନ୍ତ ଅଞ୍ଚଳରେ ନ ପହଞ୍ଚି କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି | ସରକାର ଗ୍ରାମାଞ୍ଚଳରେ ଥିବା ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ଉପରେ ଅଧିକ ଦୃଷ୍ଟି ଦେଉଥିବା ବେଳେ ଏମିତି ବି ଅଞ୍ଚଳ ରହିଛି ଯେଉଁଠି ବର୍ଷ ବର୍ଷ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ କି ମରାମତି କରାଯାଉନାହିଁ | ସେମିତି ଏକ ଶୋଚନୀୟ ରାସ୍ତା ଦେଖିବାକୁ ମିଳିଛି କୋଲନରା ବ୍ଲକ ଝରଡ଼ି ପଞ୍ଚାୟତର ସୁରୁପି ଠାରୁ ଟି ସିକାବାଡି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ। ଏହି ରାସ୍ତାକୁ ଝରଡ଼ି, ମୂର୍ତ୍ତେଲି, ଲହରୀଗୁଡା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ବର୍ତ୍ତି କିଛି ଗାଁ ସହ ଝରଡ଼ି ପଞ୍ଚାୟତର ପ୍ରାୟ ୩ ହଜାର ଜନସାଧାରଣ ନିର୍ଭରଶୀଳ ରହିଥିବା ବେଳେ ଏହି ରାସ୍ତାରେ ଦୀର୍ଘ ବର୍ଷ ହେଲା ପିଚୁ ଉଠି ଯାଇ ମେଟାଲ ସବୁ ଦେଖାଯାଉଛି | ବର୍ତମାନ ଏହି ରାସ୍ତା ଦେଇ ଯିବା ଆସିବାରେ ଲୋକେ ସୁରକ୍ଷିତ ମଣୁ ନାହାନ୍ତି | ଦୀର୍ଘ ବର୍ଷ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲେ ହେଁ କୌଣସି ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ଯାହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ରାସ୍ତାର ଅବସ୍ଥା ଏତେ ଖରାପ ଯେ କୌଣସି ଗାଡିରେ ଯିବା ଆସିବାରେ ବହୁତ ଅସୁବିଧା ହେଉଥିବା ଲୋକେ ପ୍ରକାଶ କରିଛନ୍ତି | ରାସ୍ତାର ଅବସ୍ଥା ଶୋଚନୀୟ ରହିଥିବା ହେତୁ ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଲୋକେ ଗୁରୁତର ଆହତ ମଧ୍ୟ ହୋଇଥିବା ନଜିରରେ ରହିଛି | ଟି ସିକାବାଡି ଠାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ୬ କିଲୋମିଟର ରହିଥିବା ବେଳେ ରାସ୍ତାରେ ପାଖାପାଖି ୬ ଶହ ଗର୍ତ ସୃଷ୍ଟି ହୋଇଛି। ଯଦ୍ୱାରା ଲୋକେ ପଞ୍ଚାୟତରେ ଦିଆଯାଉଥିବା ଚାଉଳ କିରୋସିନ ସହ ବିଭିନ୍ନ ଭତ୍ତା ଆଣି ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି | ପ୍ରାୟ ମାସେ ଏହି ରାସ୍ତା ଦେଇ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଟି ସିକାବାଡି ଓ ଝରଡ଼ି ଗସ୍ତ ସମୟରେ ସ୍ଥାନୀୟ ଲୋକେ ରାସ୍ତାର ମରାମତି ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏ ପର୍ଯ୍ୟନ୍ତ କିଛି ହୋଇନାହିଁ ବୋଲି ଲୋକେ କହିଛନ୍ତି | ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଉକ୍ତ ରାସ୍ତାର ମରାମତି ଦିଗରେ ପଦକ୍ଷେପ ନେବାକୁ ମୁରଲୀ ମୁଟୁକା, ମଧୁସୂଦନ ମାଣ୍ଡାଙ୍ଗି, ମୁକୁନ୍ଦ ପାଲାକା, ଅନନ୍ତ ପାଲାକା, ମୋହନ ପାତିକା, ସିମାଦ୍ରି ପାତିକା, ବିଜୟ ମୁଟୁକା, ସୁବାଷ ମାଣ୍ଡାଙ୍ଗି, କ୍ରୀଷ୍ଣା ପଦକା, ଏରେଶ ତୋଇକା ଓ ପ୍ରଭାକାର ମାଣ୍ଡାଙ୍ଗି ସମେତ ଅଞ୍ଚଳବାସୀ ଦାବି କରିଛନ୍ତି |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ପାଳିତ

masiha

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

କୃଷକ ଆନ୍ଦୋଳନ ର କ୍ରାନ୍ତିକାରୀ ନେତା ଚାରୁମଜୁମ ଦାର କଂ 51 ତମ ଶ୍ରଦ୍ଧାଞ୍ଜଳି ଦିବସ 

Sunil Chandra Nayak

Leave a Comment

error: Content is protected !!