ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଛେଦ ହେଲା ଜବରଦଖଲ

ବାଲେଶ୍ଵର,୧୦/୭/୨୩- କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଅବରୋଧ ହୋଇଥିବା ସରକାରୀ ରାସ୍ତାକୁ ହଟାଇଲା ବାଲିଆପାଳ ତହସିଲ ପ୍ରଶାଶନ । ସୁଚନା ଅନୁଯାୟୀ ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅଧିନସ୍ଥ ଅଳାଡିହା ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ବାପା ଓ ଜେଜେବାପା ଅମଳରୁ ବ୍ୟବହାର କରି ଆସୁଥିବା ଏକ ସରକାରୀ ରାସ୍ତାକୁ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ତାଙ୍କ ଜାଗା ବୋଲି ଦାବୀ କରି ଅବରୋଧ କରି ଥିଲେ, ଫଳରେ ଲକ୍ଷ୍ମୀଧରଙ୍କ ପରିବାର ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତାଟିଏ ପାଇଁ ଆର. ଆଇ, ତହସିଲ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା । ଶେଷରେ ଲଷ୍ମୀଧର ମାନ୍ୟବର ଉଚ୍ଚ ନିଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ଯାୟାଳୟ W.P(C) NO-36131/22 ଚିଠି ମୂଳେ ରାସ୍ତା ଦେବାକୁ ବାଲିଆପାଳ ତହସିଲକୁ ନିର୍ଦେଶ ଦେଇଥିଲେ । ଉଚ୍ଚ ନିୟାଳୟର ନିର୍ଦେଶକୁ ମାନି ବାଲିଆପାଳ ତହସିଲ ପକ୍ଷରୁ ଘଟଣା ସ୍ଥଳରେ ପହଂଚି ଉକ୍ତ ସରକାରୀ ଜାଗାକୁ ଚିହ୍ନଟ କରିବା ସହିତ ଜବର ଦଖଲକୁ ଉଛେଦ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ (ବାଳକ ଓ ବାଳିକା) ସମାପନ ସମାରୋହ

Sunil Chandra Nayak

ରାଇରଙ୍ଗପୁରରେ କୁଡୁମି ସେନା ତରଫରୁ ବିଭିନ୍ନ ଦାବି ନେଇ ଵିଶାଳ ମଶାଲ ଶୋଭାଯାତ୍ରା

Sunil Chandra Nayak

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

masiha

Leave a Comment

error: Content is protected !!