ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଛେଦ ହେଲା ଜବରଦଖଲ

ବାଲେଶ୍ଵର,୧୦/୭/୨୩- କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଅବରୋଧ ହୋଇଥିବା ସରକାରୀ ରାସ୍ତାକୁ ହଟାଇଲା ବାଲିଆପାଳ ତହସିଲ ପ୍ରଶାଶନ । ସୁଚନା ଅନୁଯାୟୀ ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅଧିନସ୍ଥ ଅଳାଡିହା ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ବାପା ଓ ଜେଜେବାପା ଅମଳରୁ ବ୍ୟବହାର କରି ଆସୁଥିବା ଏକ ସରକାରୀ ରାସ୍ତାକୁ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ତାଙ୍କ ଜାଗା ବୋଲି ଦାବୀ କରି ଅବରୋଧ କରି ଥିଲେ, ଫଳରେ ଲକ୍ଷ୍ମୀଧରଙ୍କ ପରିବାର ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତାଟିଏ ପାଇଁ ଆର. ଆଇ, ତହସିଲ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା । ଶେଷରେ ଲଷ୍ମୀଧର ମାନ୍ୟବର ଉଚ୍ଚ ନିଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ଯାୟାଳୟ W.P(C) NO-36131/22 ଚିଠି ମୂଳେ ରାସ୍ତା ଦେବାକୁ ବାଲିଆପାଳ ତହସିଲକୁ ନିର୍ଦେଶ ଦେଇଥିଲେ । ଉଚ୍ଚ ନିୟାଳୟର ନିର୍ଦେଶକୁ ମାନି ବାଲିଆପାଳ ତହସିଲ ପକ୍ଷରୁ ଘଟଣା ସ୍ଥଳରେ ପହଂଚି ଉକ୍ତ ସରକାରୀ ଜାଗାକୁ ଚିହ୍ନଟ କରିବା ସହିତ ଜବର ଦଖଲକୁ ଉଛେଦ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ   

Sunil Chandra Nayak

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!