ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ

ନବରଙ୍ଗପୁର–(ମସିହା) ସାଂସଦ ରାହୁଲ ଗାନ୍ଧୀ ଙ୍କ ସଦସ୍ୟ ପଦ ରଦ୍ଧ ଓ ଦୁଇ ବର୍ଷ ସଜା ମାନ୍ୟବର କୋର୍ଟ ଶୁଣାଇବା ପରେ ଏହାକୁ କୁ ଦୃଢ଼ ବିରୋଧ କରି ଆଜି ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ କରାଯାଇଛି।ଏହି ପରିପକ୍ଷୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ନେତୃତ୍ୱ ରେ ବହୁ କଂଗ୍ରେସ କର୍ମୀ ମୁହଁରେ କଳା ପଟି ମାରି ସତ୍ୟାଗ୍ରହ ରେ ଭାଗ ନେଇଥିଲେ।ଏହି ସତ୍ୟାଗ୍ରହ ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିଲା।ଏଥିରେ ନନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ବୃନ୍ଦାବନ ତ୍ରୀପାଠୀ, ନବରଙ୍ଗପୁର ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଅବଦୁଲ୍ ଫିରୋଜ,ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ ସାହୁ,ନଗର ମଣ୍ଡଳ ସଭାପତି ନବ କାନ୍ତ ପଣ୍ଡା ଓ ନବ ଜୀବନ ମନ୍ଦାର,ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସଂଯୋଜକ ସୁନାମ ପାତ୍ରସୁନା,ଜିଲ୍ଲା କାର୍ଯ୍ୟ କାରୀ ସଦସ୍ୟ ଜି ପି ସାମନ୍ତରାୟ, ସମାଜ ସେବୀ ଲିଙ୍ଗରାଜ ବେହେରା ଓ ଶଙ୍କର ବେହେରା ଛାତ୍ର ନେତା ଆଦିତ୍ୟ ତ୍ରିପାଠୀ INTUC ସଭାପତି ଶ୍ରୀ ଦିବାକର ପୂଜାରୀ ପ୍ରମୁଖଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

masiha

ବାଲିଆପାଳରେ ବିଜେପିର ମହା ଜନ ସମ୍ପର୍କ ଅଭିଯାନ ଜନସଭା ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!