ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ

ନବରଙ୍ଗପୁର–(ମସିହା) ସାଂସଦ ରାହୁଲ ଗାନ୍ଧୀ ଙ୍କ ସଦସ୍ୟ ପଦ ରଦ୍ଧ ଓ ଦୁଇ ବର୍ଷ ସଜା ମାନ୍ୟବର କୋର୍ଟ ଶୁଣାଇବା ପରେ ଏହାକୁ କୁ ଦୃଢ଼ ବିରୋଧ କରି ଆଜି ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ କରାଯାଇଛି।ଏହି ପରିପକ୍ଷୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ନେତୃତ୍ୱ ରେ ବହୁ କଂଗ୍ରେସ କର୍ମୀ ମୁହଁରେ କଳା ପଟି ମାରି ସତ୍ୟାଗ୍ରହ ରେ ଭାଗ ନେଇଥିଲେ।ଏହି ସତ୍ୟାଗ୍ରହ ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିଲା।ଏଥିରେ ନନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ବୃନ୍ଦାବନ ତ୍ରୀପାଠୀ, ନବରଙ୍ଗପୁର ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଅବଦୁଲ୍ ଫିରୋଜ,ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ ସାହୁ,ନଗର ମଣ୍ଡଳ ସଭାପତି ନବ କାନ୍ତ ପଣ୍ଡା ଓ ନବ ଜୀବନ ମନ୍ଦାର,ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସଂଯୋଜକ ସୁନାମ ପାତ୍ରସୁନା,ଜିଲ୍ଲା କାର୍ଯ୍ୟ କାରୀ ସଦସ୍ୟ ଜି ପି ସାମନ୍ତରାୟ, ସମାଜ ସେବୀ ଲିଙ୍ଗରାଜ ବେହେରା ଓ ଶଙ୍କର ବେହେରା ଛାତ୍ର ନେତା ଆଦିତ୍ୟ ତ୍ରିପାଠୀ INTUC ସଭାପତି ଶ୍ରୀ ଦିବାକର ପୂଜାରୀ ପ୍ରମୁଖଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଗଡ଼ପଦା ବିଜେପି ପକ୍ଷରୁ ମୋଦୀ ମହୋତ୍ସବ , ରାଜ୍ୟରେ ସୁଶାସନ ପାଇଁ ବିଜେପି ହିଁ ବିକଳ୍ପ

masiha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱର ସେଲିବ୍ରେସନ,ଜଳେଶ୍ୱରରେ ଭବ୍ୟ ମହାଯଜ୍ଞ ଓ ସଂକଳ୍ପ ସଭା 

Sunil Chandra Nayak

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

masiha

Leave a Comment

error: Content is protected !!