ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଭିଷେକ ସାହୁଙ୍କ ମୁଣ୍ଡରେ ମୟୂରଭଂଜ -୨ ର ବିଜେଡି ଯୁବ ସଭାପତି ମୁକୁଟ

ଅଭିଷେକ ସାହୁଙ୍କ ମୁଣ୍ଡରେ ମୟୂରଭଂଜ -୨ ର ବିଜେଡି ଯୁବ ସଭାପତି ମୁକୁଟ

ରାଇରଙ୍ଗପୁର -୫/୦୫ — ଆଗକୁ ତ୍ରିସ୍ତରୀୟ ନିର୍ବାଚନ ।ତେଣୁ ବିଜେଡି ତା’ର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ।ଆଜି ରାଜ୍ୟ ସଭାପତି ନବିନ ପଟ୍ଟନାୟକ ରାଜ୍ୟର ଯୁବ ସଂଗଠନ ତାଲିକାରେ ମୋହର ମାରିଛନ୍ତି ।ମୟୂରଭଂଜ – ୨ ଯୁବ ବିଜେଡ଼ି ସଭାପତି ଭାବେ ଅଭିଷେକ ସାହୁଙ୍କୁ ମନୋନିତ କରିଛନ୍ତି ।ଅଭିଷେକ ସାହୁ ଜଣେ ଟାଣୁଆ ଯୁବ ନେତା ।ଦିର୍ଘବର୍ଷ ଧରି ବିଜେଡ଼ି ଯେତେବେଳେ ଯାହା ଦାୟିତ୍ଵ ଦେଇଥାଏ ,ସେ ନିଷ୍ଠାର ସହ ତୁଲାଇଥାନ୍ତି ।ଅଭିଷେକ ସାହୁ କୁସୁମି ବ୍ଳକର ବାଦାମ ପାହାଡ଼ ଅଞ୍ଚଳର ।ସେ ଜଣେ ଯୁବ ସମାଜସେବୀ ଅଞ୍ଚଳରେ ପରିଚିତ ।ପ୍ରତିକ୍ରିୟାରେ ସେ କହିଛନ୍ତି ମୁଖ୍ଯମନ୍ତ୍ରୀ ତାଙ୍କ ଉପରେ ବିଶ୍ଵାସ ଓ ଆସ୍ଥା ରଖିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।ତଦସହ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ଦେବାଶିଷ ମାରାଣ୍ଡୀ ,କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ ,ଜିଲ୍ଲାର ସମସ୍ତ ନେତୃବୃନ୍ଦ ,ଯୁବ ଓ ଛାତ୍ର ନେତୃଵୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସେ ତୃଣମୂଳ ସ୍ତରରେ ଯୁବ ଛାତ୍ରମାନଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗ ଦାନ :ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ର ପାର୍ଶ୍ଵ ପ୍ରତିକ୍ରିୟା

masiha

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୭ତମ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଉଦଘାଟିତ

Sunil Chandra Nayak

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦୁଇ ସପ୍ତାହ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

masiha

Leave a Comment

error: Content is protected !!