ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଏକାତ୍ମ ମାନବବାଦର ପୁରୋଧା ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିତ

ଏକାତ୍ମ ମାନବବାଦର ପୁରୋଧା ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା ୨୬/୯, ରାଉରକେଲା, ସେକ୍ଟର-୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ, ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ନେତା ତଥା ଅନ୍ତୋଦୟ ଓ ଏକାତ୍ମମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଗୁରୁବାର ଦିନ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପାଧ୍ୟକ୍ଷା ସୁଶ୍ରୀ ସୁକେଶୀ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ମୁଖ୍ୟ ବକ୍ତା ଭାବେ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଅଗ୍ରୱାଲ ଅତିଥି ରୂପେ ଯୋଗ ଦେଇ ପଣ୍ଡିତ ଦୀନଦୟାଲଙ୍କ ସୃତିଚାରଣ କରିଥିଲେ । ସୁଶ୍ରୀ ଶୁକେଶି ଓରାମ ତାଙ୍କ ବକ୍ତବ୍ୟରେ ଦୀନଦୟାଲ ଥିଲେ ଜଣେ ଦେଶ ପ୍ରାଣ ମାନବବାଦୀ ନେତା, ନିଃସ୍ଵାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ବିଶିଷ୍ଠ ସମାଜ ବିଜ୍ଞାନୀ ଏବଂ ତେଜସ୍ଵୀ ପଜ୍ଞାପୁରୁଷ ବୋଲି ପ୍ରକାଶ କରିଥିଲେ । ଏହି ମହାପୁରୁଷଙ୍କ ପୁଣ୍ୟ ଜନ୍ମ ତିଥିରେ କୋଟି କୋଟି ଦେଶବାସୀଙ୍କ ସହିତ ଆମେ ତାଙ୍କ ଅମର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କର ଜୀବନୀ ଓ କାର୍ଯ୍ୟାବଳୀ ସମର୍କରେ ଉପସ୍ଥାପିତ କରୁଛୁ ବୋଲି ପ୍ରକାଶ କରିଥିଲେ । ବାଲ୍ୟ କାଳରୁ ତାଙ୍କ ଜୀବନ କଷ୍ଟମୟ ଓ ଦୁଃଖଦ ଥିଲା । ବାଲ୍ୟକାଳରୁ ପିତା , ମାତାଙ୍କ ବିୟୋଗ ଓ କନିଷ୍ଠ ଭାଇଙ୍କ ଅକାଳ ମୃତ୍ୟୁ ତାଙ୍କୁ ମର୍ମାହତ କରିଥିଲା । ଘଟଣାବଳୀ ସହିତ ତାଙ୍କର ସଂଘର୍ଷ ମୟ ଜୀବନ, ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। କାନପୁରରୁ ଗଣିତରେ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ , ମାଇଁଙ୍କ ପ୍ରେରଣାରେ ରାଜ୍ୟ ପ୍ରଶାସନିକ ଅଧିକାରୀ ପଦ ପାଇଁ ପରୀକ୍ଷା ଦେଇ ପ୍ରଥମ ସ୍ଥାନ ପ୍ରାପ୍ତ କରିଥିଲେ ମଧ୍ୟ ଗୋରାମାନଙ୍କର ଗୋଲାମ ନହେବା ପାଇଁ ସଂକଳ୍ପବଦ୍ଧ ଦୀନଦୟାଲ ପ୍ରଶାସନିକ ସେବାରେ ଯୋଗଦେଇ ନଥିଲେ । ଏହି ପ୍ରାରମ୍ଭିକ ଘଟଣାରୁ ତାଙ୍କର ଦେଶ ପ୍ରାଣତା ଓ ସ୍ଵାଧୀନ ଚେତନାର ମହାନ୍ ପରିଚୟ ମିଲିଥିଲା । ସେ ୧୯୩୭ ମସିହାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସଂପର୍କରେ ଆସିଥିଲେ ଓ ୧୯୪୨ ମସିହାରେ ଆନୁଷ୍ଠାନିକ ଭାବେ ଯୋଗଦେଇ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ସଂଘକାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର ୩ ବର୍ଷର ଅଭିଜ୍ଞତାରେ ସେ ଉତ୍ତର ପ୍ରଦେଶର ସହ ପ୍ରାନ୍ତ ପ୍ରଚାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୫୧ ମସିହାରେ ସେ ଭାରତୀୟ ଜନସଂଘ ଦଳର ମହାମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । ୧୯୫୫ ମସିହାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ପରେ ସେ ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ । ପରିତାପର ବିଷୟ ଯେ ମୋଗଲ ସରାଇ ଷ୍ଟେସନରେ ସେ ଫେବୃୟାରୀ ମାସ ୧୧ ତାରିଖ ୧୯୬୮ ମସିହାରେ ଲକ୍ଷ୍ନୌରୁ ପାଟଣା ଟ୍ରେନରେ ଯାତ୍ରା କରୁଥିବା ବେଳେ ମୋଗଲ ସରାଇ ରେଳ ଧାରଣା ଉପରୁ ତାଙ୍କର ମର ଶରୀର ମିଳିଥିଲା । ତାଙ୍କର ଏହି ଅକାଳ ମୃତ୍ୟୁ କିପରି ହେଲା ତାହା ଏବେବି ରହସ୍ୟାବୃତ୍ତ ହୋଇ ରହିଛି। ସେ ରାଷ୍ଟ୍ର ଧର୍ମ ନାମକ ଏକ ମାସିକ, ପାଞ୍ଚଜନ୍ୟ ନାମକ ଏକ ସାପ୍ତାହିକ ଏବଂ ସ୍ବଦେଶ ନାମକ ଦୈନିକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା ଯାହାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କରିଛନ୍ତି ଓ ତାଙ୍କର ପ୍ରଣୀତ ଅନ୍ତୋଦୟ ଓ ଏକାତ୍ମ ମାନବବାଦ ଦର୍ଶନକୁ ଆଧାରକରି ତାଙ୍କର ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତି କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଉପସଭାପତି ସରୋଜ କୁମାର ଦାସ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ମଣ୍ଡଳ, ଶକ୍ତି କେନ୍ଦ୍ର ଓ ବୁଥ ସ୍ତରୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

Sunil Chandra Nayak

ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ 

masiha

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!