ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ମଇ ମାସ ୧୧ତାରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଚଳିତ ମଇ ମାସ ୧୧ତାରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ରାଇରଙ୍ଗପୁର ତା ୦୫-୦୫-୨୦୨୬ରିଖ  — ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମଇ ମାସ ଦ୍ଵିତୀୟ ସୋମବାର ତା ୧୧-୦୫-୨୦୨୬ ରିଖ ରାଇରଙ୍ଗପୁର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସକାଳ ୭ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। 

ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବାମନଘାଟୀ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ସି ଡି ପି ଓ ତଥା ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରାଯିବ। 

ଏଣୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ୭ଟି ବ୍ଲକ ଓ ରାଇରଙ୍ଗପୁର ସହରାଞ୍ଚଳର ଜନସାଧାରଣ ମାନେ ନିର୍ଧାରିତ ତାରିଖ ଓ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇ ନିଜ ନିଜର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗ ପତ୍ର ଗୁଡିକ ଦାଖଲ କରିପାରିବେ ବୋଲି ସୂଚୀତ କରାଯାଉଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

masiha

ଜମିବିକ୍ରୀକୁ ଅନୁମୋଦନ କରୁ ନାହାନ୍ତି ଖଇରା ଉପ-ନିର୍ବନ୍ଧକ ଅଧିକାରୀ,୮୮ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ 

masiha

କାମାକ୍ଷାନଗର ର ଯୁବପ୍ରତିଭା ଇଲକ୍ଟ୍ରୋନିକ୍ସକାର୍ଯ୍ୟ ଦକ୍ଷତା ପ୍ରାପ୍ତ ସୌମ୍ୟ ରଞ୍ଜନ

Sunil Chandra Nayak

Leave a Comment

error: Content is protected !!