ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପର ମିଶ୍ରଣ ପର୍ବ 

ବିଜେପର ମିଶ୍ରଣ ପର୍ବ 

ରାୟଗଡା:- ସିରିଗୁଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ସଦର ବ୍ଲକ ଗୁମା ପଂଚାୟତର ସରପଂଚ ସବିତା କଣ୍ଡାଗରୀ, ପୂର୍ବତନ ସରପଂଚ କ୍ରିଷ୍ଣମା ସାରକା, ବରିଷ୍ଠ ବିଜେଡି ନେତା କିରାମଣି ବାତ୍ରାଙ୍କ ସମତେ ଗୁମା ପଂଚାୟତର ୬ ଜଣ ୱାର୍ଡ ମେମ୍ବର ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏଥିସହ ୫୦ରୁ ଉର୍ଦ୍ଧ୍ୱ ବିଜେଡି ଓ ବିଜେପି କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବା ପରେ ସରପଂଚ ସବିତା କଣ୍ଡାଗରୀ ନିଜ ପ୍ରତିକ୍ରୀୟାର ପ୍ରକାଶ କରିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଶୈଳୀ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପି ସାମିଲ ହୋଇଛି ବୋଲି ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ, ସମସ୍ତ ନୂତନ ସଭ୍ୟଙ୍କୁ ଦଳୀୟ ଟୋପି ଓ ଉପଢୌକନ ପିନ୍ଧାଇ ସ୍ୱାଗତ କରିଥିଲେ । ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ରଜତ ମାଦଳା, ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ବସନ୍ତ ଉଲ୍ଲାକା, ଯୁବମୋର୍ଚ୍ଚା ସଭାପତି ଉମେଶ ଖୋସଲା, ଉପ-ସଭାପତି ପ୍ରିତମ ନାୟକ, ନାରୀନେତ୍ରୀ ଅଶ୍ୱିନୀ କଂଚଡା ପ୍ରମୁଖ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

କେନ୍ଦ୍ର ସରକାରଙ୍କ ଜନମାରଣ ଅର୍ଥ ବଜେଟ ଏବଂ ଗୁଣ୍ଡୁରିଆ ଶହୀଦ ଦିବସକୁ ନେଇ ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!