ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୁଟଭୁଟି ଗାଁରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ )25/5/23 //ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ବାମ ପଂଚାୟତ ଭୁଟଭୁଟି ଗାଁରେ ଆଜି ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ବିଜେଡି ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଏଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ ବିଜୁ ଜନତା ଦଳକୁ କିପରି ଅଧିକ ସୁଦୃଢ କରିହେବ ସେ ବିଷୟରେ ଉପସ୍ଥିତ କର୍ମୀ ମାନଙ୍କୁ କହିଥିଲେ ।ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କାମ ବିଷୟରେ ଅବଗତ କରାଇଥିଲେ ।ଏଠାରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଇଂ ରାଜେଶ କୁମାର ଦେହୁରୀ,ବାମ ପଂଚାୟତ ସମିତି ସଭ୍ୟ। ଲଷ୍ମୀ ହେସା,ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଲଷ୍ମୀ ମହାନ୍ତ,ପୁର୍ବତନ ସରପଞ୍ଚ ଚନ୍ଦ୍ରମଣି ସିଂହ,ପୁର୍ବତନ ସମିତି ସଭ୍ୟ ବାସୁଦେବ ସାହୁ,ମାଧବ ବେହେରାଯୋଗ ଦେଇଥିଲେ ।ପଂଚାୟତର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

Sunil Chandra Nayak

ବିଏସପି କଳାହାଣ୍ଡି ପକ୍ଷରୁ ମାୟାବତୀଜୀ ଙ୍କ ଜନ୍ମ ଦିନ ପାଳିତ

Sunil Chandra Nayak

ଭି କେ ପାଣ୍ଡିଆନଙ୍କ ରାଉରକେଲା ରେ ପ୍ରଚାର 

masiha

Leave a Comment

error: Content is protected !!