ଡାବୁଗାଁ, ୨୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ପଞ୍ଚାୟତ ଅଧୀନ ଗିର୍ଲା ଠାରେ ବ୍ଲକ ବିଜେଡି ର ବ୍ଲକ ସ୍ତରୀୟ ମହିଳା ସମାବେଶ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ଓ ମହିଳା ମାନେ ଜୁନାପାଣି ହାଟପଦା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଆସି ଗିର୍ଲା ଠାରେ ପହଞ୍ଚିଥିଲେ | ସେଠାରେ ଅନୁଷ୍ଠିତ ସଭାରେ ନବରଙ୍ଗପୁର ଜିଲା ମହିଳା ପର୍ଯ୍ୟବେକ୍ଷକ ରୁନୁ ଜେନା ଏହି ସମାବେଶ ର ମୁଖ୍ୟ ଉଦେଶ୍ୟ ଜିଲ୍ଲାରେ ମହିଳା ମାନଙ୍କ ସଶକ୍ତିକରଣ କରି ଅଧିକ ରୁ ଅଧିକ ମାତ୍ରାରେ ବିଜେଡି ରେ ଜଡିତ କରିବା | ନବୀନ ବାବୁଙ୍କ ସୁଶାସନ, ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ କରିବା, ମହିଳାଙ୍କୁ ଶିକ୍ଷିତ କରି ତାଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା, ମହିଳାମାନଙ୍କୁ ୩୩% ସବୁକ୍ଷେତ୍ରରେ ସୁବିଧା କରିବା, ନବୀନ ବିଜୁ ବାବୁଙ୍କ ସ୍ଵପ୍ନ ର ଓଡିଶା ଗଠନ କରିବାରେ ମହିଳା ମାନଙ୍କ ଭୂମିକା, ସଙ୍ଗଠନକୁ ସୁଦୃଢ କରିବା, ମହିଳା ଏକତା ଉପରେ ଆଲୋକପାତ କରିଥିଲେ | ଏହି ସମ୍ମିଳନୀରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲା ମହିଳା ସଭାପତି ମଞ୍ଜୁଳା ମାଝି, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ପୂର୍ବତନ ଜିଲପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ଜୋନ-୧ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଙ୍କ ସମେତ ଡାବୁଗାଁ ବ୍ଲକ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟା ସଭ୍ୟ ଓ ୧୦୦୦ ରୁ ଊର୍ଦ୍ଧ୍ଵ ମହିଳା ମାନେ ଯୋଗ ଦେଇଥିଲେ |
ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ