ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଯୁବଛାତ୍ର ସମାବେଶ

ଜୁନାଗଡ଼,୨୯/୩(ମ ନି ସ) ଜୁନାଗଡ଼ ସହର ସଂସ୍କୃତି ଭବନ ଠାରେ ବିଜେଡି ଯୁବଛାତ୍ର ସମାବେଶ ଅନୁଷ୍ଠିତ ହୋଇ ଯୁବ ସମାଜ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବାରୁ ସେଥି ପାଇଁ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ମୁକ୍ଷ୍ୟମନ୍ତ୍ରୀ ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।ମାନ୍ୟବର ଓଡ଼ିଶାର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ଓଡ଼ିଶାର ଯୁବସମାଜର ଅଗ୍ରଗତି ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେବାସହ ଓଡ଼ିଶାରେ ପ୍ରଗତିର ଧାରା ଜାରି ରଖିଛନ୍ତି।ଶିକ୍ଷ୍ୟା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟ ଚାଲୁରହିଛି।ଯାହା ପ୍ରତେକ ଯୁବ ବର୍ଗ ଓ ତାଙ୍କ ଭବିଷ୍ୟତ ନିର୍ମାଣରେ ସହାୟତା ହେବ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲାପରିଷଦ ଉପଧକ୍ଷ୍ୟା ସୁଧିରା ମେହେର,ପୂର୍ବତନ ଭବାନୀପାଟଣା ନଗରପାଳ ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବଛାତ୍ର ଜିଲ୍ଲା ସଭାପତି ଅଜିତ ସାହୁ, ଜୁନାଗଡ଼ ବ୍ଲକ ଉପାଧକ୍ଷ୍ୟ ପ୍ରମୋଦ ବେହେରା, ଏନଏସି ଉପାଧକ୍ଷ୍ୟା ହିମାଦ୍ରୀ ନଏକ ଯୁବ ସଂଗଠକ ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ହୋଇ ବିଜୁ ଜନତା ଦଳରେ ଯୁବ ବର୍ଗଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ର ବରିଷ୍ଠ ସଦସ୍ୟ ଦିନେଶ ବଗର୍ତ୍ତି, ମହେଶ ସାହୁ ପ୍ରମୁଖ ସମେତ ଅନେକ ଦଳୀୟ କର୍ମକର୍ତା ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ

masiha

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ହେଲେ ଜଗଦୀଶ ସାନ୍ତ୍ର୍ରା

Sunil Chandra Nayak

ଗୋପାଳପୁର ଷୋଳ ପ୍ରହର ପରିଦର୍ଶନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ 

masiha

Leave a Comment

error: Content is protected !!