ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ଉପସଭାପତି ପାର୍ଥ କବିଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟ ପକ୍ଷରୁ ସମ୍ବର୍ଦ୍ଧନା

ମୟୂରଭଞ୍ଜ -୨୬/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ବିଜେଡି ନେତା ପାର୍ଥସାରଥୀ କବିଙ୍କୁ ନିକଟରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଂଜ ବିଜେଡି ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସୁପାରିଶ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ମୟୂରଭଞ୍ଜ (୨) ଵିଜେଡି ଜିଲ୍ଲା ଉପସଭାପତି ପଦରେ ମନୋନୀତ କରିଛନ୍ତି । ତାଙ୍କୁ ମାନ୍ଯଵର ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ବାମନଘାଟୀ ଉପଖଣ୍ଡର ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରାମର୍ଶରେ ଆଜି ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶ୍ରୀ ପାର୍ଥସାରଥୀ କବି ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ଦିର୍ଘ ୪୫ ବର୍ଷ ଧରି ସକ୍ରିୟ ରାଜନୀତିରେ ଅଛନ୍ତି ।ସେ ଜଣେ ଉଚ୍ଚଶିକ୍ଷିତ,ସୁଦକ୍ଷ ସଂଗଠକ , ପରୋପକାରୀ, ସମାଜସେବୀ,ଓଜସ୍ବିନୀ କଥାଶିଳ୍ପୀ ଖଟିଖିଆ ମେହନତି ଓ ସଂଖ୍ୟାଲଘୁ ସଂପ୍ରଦାୟର ଏକ ଦରଦି ବଂଧୁ ।ଯାହାର କେହି ନାହିଁ ତାଙ୍କର ପାର୍ଥ ଭାଇ ଅଛନ୍ତି । ଛାତ୍ର ଜୀବନରୁ ସମାଜସେବାରେ ମନୋବୃତ୍ତି ଯୋଗୁଁ ସେ ବହୁ ଚାକିରି ଓ ଅଧ୍ୟାପକ ପଦ ଛାଡି ଆଜୀବନ ସମାଜ ସେବାକୁ ଆପଣେଇଛନ୍ତି ।ଵାମନଘାଟୀ ଉପଖଣ୍ଡର ସଂଖ୍ୟାଲଘୁ ସଂପ୍ରଦାୟର ସେ ସବୁଠାରୁ ଲୋକପ୍ରିୟ ଓ ଗ୍ରହଣୀୟ ବ୍ୟକ୍ତି ।ସେ ରାଇରଙ୍ଗପୁର ମ୍ୟୁନିସିପାଲିଟିର କାଉନସିଲର,ବସ କର୍ମଚାରୀ ସଂଘ ସଭାପତି,ପୌର କର୍ମଚାରୀ ସଂଘ ସଭାପତି , ରାଇରଙ୍ଗପୁର କଲେଜ ଆଲୁମନି ସମ୍ପାଦକ ଏବଂ ବର୍ତ୍ତମାନ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ପଦରେ ଅଧିଷ୍ଠିତ।ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଧାରାରେ ଅନୁପ୍ରାଣିତ । ତାଙ୍କର ଦଳ ପ୍ରତି ଦିର୍ଘଵର୍ଷର ଆନୁଗତ୍ୟ,ନିଷ୍ଠା ଓ ସମାଜସେବା ଯୋଗୁଁ ଏହି ପଦବୀରେ ଦଳ ତରଫରୁ ମନୋନୀତ କରାଯାଇଛି ।ଆଜି ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ବାମନଘାଟୀ ସଂଖ୍ୟା ଲଘୁ ସଂପ୍ରଦାୟ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁନ୍ଦୁ ଅଂଚଳର ବିଶିଷ୍ଟ ସଂଖ୍ୟାଲଘୁ ନେତା ଆଫଜଲ ବେଗ,ଗିୟାସୁଦ୍ଦୀନ,ମୁନତାଜିର ଖାନ,ସୁଲତାନ,ଦିଲ ନଓ୍ବାଜ ବେଗ୍ ,ଗମ୍ଭାରିଆର ଏମଡି ମୁକତାର,ଵିଞ୍ଝୁଆର ଏମଡି ଆକରମ,ଭାଲୁବସାର ମହମ୍ମଦ ଲାଲ,ସାଜିଦ ଖାନ,ତେଣ୍ଟପୋଷୀର ଏମଡି ଅହମ୍ମଦ,ନାଗଭଣର ମହମ୍ମଦ ସାଜିଦ, ମହମ୍ମଦ ସଫି, ଗୋରୁମହିଷାଣୀର ଆତକ ଖାନ୍,ଠାକୁରାଣୀ ବେଢ଼ାର ମହମ୍ମଦ ସୁଦାମ, ମହମ୍ମଦ ମୋଜାଇଦ,କୁସୁମିର ମହମ୍ମଦ ନେହାସୁଦ୍ଦିନ,ରୁବି ଖାତୁନ,ଜରିନା ପରବିନ,ସାହିତ୍ୟ ଖାତୁନ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।ନବ ନିଯୁକ୍ତ ଜିଲ୍ଲା ବିଜେଡ଼ି ଉପସଭାପତି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ବିଜେଡି ସଂପାଦକ ପ୍ରଣବ ପ୍ରକାଶ ଦାସ, ମୟୂରଭଞ୍ଜ ଜିଲ୍ଲା ସହ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ଜନ୍ମଜେୟ ଲେଙ୍କା, ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଯୁବ, ଛାତ୍ର, ମହିଳା ଏବଂ ସବୁ ବର୍ଗର ଲୋକଙ୍କ ସହ ମିଶି ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ସହ ଅସହାୟ, ପିଡିତଙ୍କ ସେବାକୁ ପ୍ରାଧାନ୍ୟ ଦେବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରାନଗଲେ ଆନ୍ଦୋଳନ

Sunil Chandra Nayak

ବୈଜୟନ୍ତ ପଣ୍ଡା ଙ୍କ ବିଜୟ ଶୋଭାଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ

masiha

ସମ୍ବଲପୁର ଆକ୍ରମଣ ଘଟଣା କୋକସରା ଠାରେ ପ୍ରତିବାଦ, ବିଡ଼ିଓଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!