ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାହୁଲ ଗାନ୍ଧୀ ଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

ରାଉରକେଲା/ଗୁଜୁରାଟ ର ସୁରଟର ନିମ୍ନ ଅଦାଲତ ଏକ ମାନହାନୀ ମୋକଦ୍ଦମାର ବିଚାର କରି ରାହୁଳ ଗାନ୍ଧୀଙ୍କ ବିପକ୍ଷରେ ରାୟ ଦେବା ପରେ ଯେପରି ତରବର ଭାବେ ରାହୁଳଜୀଙ୍କ ସାଂସଦ ସଭ୍ୟ ପଦକୁ ରଦ୍ଦ କରାଯାଇଛି ସେ ନେଇ ଦେଶ ତମାମ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ପାନପୋଷ ଛକ ସ୍ଥିତ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସଭାପତି ଦେବବ୍ରତ ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥାପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି, ପିସିସି ସଭ୍ୟ ବିରେନ ସେନାପତି, ଅନ୍ୟତମ ପ୍ରାକ୍ତନ ପ୍ରାର୍ଥୀ ପ୍ରଶାନ୍ତ ସେଠୀ, ପିସିସି ସଭ୍ୟ ସବୀର ହୁସେନ, ପିସିସି ସାଧାରଣ ସମ୍ପାଦକ ରବି ରାୟ, ପିସିସି ସଭ୍ୟ ରାମାନନ୍ଦ ଶ୍ରୀଚନ୍ଦନ, ରଶ୍ମିରଞ୍ଜନ ପାଢୀ, କୈଳାସ ଚନ୍ଦ୍ର ସାହୁ, ପ୍ରଭାତୀ ମିଶ୍ର,ସନ୍ତୋଷ ବିଶ୍ୱାଳ, ଉମେଶ ଶରଣ, ରାଜେଶ ଟପ୍ପୋ,ସରୋଜ ଲେଙ୍କା, ଇଜାଜ ଅଖତର, ମହିଳା ସଭାନେତ୍ରୀ ନିରୂପମା ବଳିୟାରସିଂ, ଯୁବ ସଭାପତି ଜ୍ଞାନେନ୍ଦ୍ର ଦାସ, ଇନ୍‌ଟକ ସଭାପତି ନିହାର ଦାସ, ଓବିସି ଅଧ୍ୟକ୍ଷ ବୈଲୋଚନ ସାହୁ,ବ୍ଲକ ସଭାପତି ପ୍ରଦ୍ୟୁମ୍ନ ଷଡଙ୍ଗୀ,ବିଜୟ ଆପଟ ପ୍ରମୁଖ ଉପସ୍ଥିତ ରହି ମୋଦି ସରକାରର ଆକ୍ରୋଶମୂଳକ ନୀତି ଉପରେ ଆଲୋଚନା କରିଥିଲେ । ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ , ସମ୍ପାଦକ ସୁନୀଲ ସିଂହ, ଧର୍ମେନ୍ଦ୍ର ପରମାର, ପ୍ରତିମା ପାଣିଗ୍ରାହୀ, ଭାସ୍କର ଖିଲ୍ଲାର, ଗଜେନ୍ଦ୍ର ତନ୍ତୀ, ପି. କେ. ଦାସ, , ଗୀତା ସିଂ, ପ୍ରତିମା ପାଣିଗ୍ରାହୀ, ମାତା ପ୍ରସାଦ ଜୟସ୍ବାଲ, ବିଶ୍ୱରଞ୍ଜନ ରାଉତ, ବୁଲୁ ଦାସ, ବିଜୟ ସାହୁ, ପ୍ରତାପ ସାହୁ, ନରେନ୍ଦ୍ର ବର୍ମା,ସୁବଳ ଵାସୁରୀ, ଶିବୁ ଓରାମ,ମହମଦ ଗୁଲାମ, ମହମଦ ଇମ୍ତିଜା,ଇସ୍ତାହାର ଅହମଦ, ବସନ୍ତ ସାମଲ , ସୋମେନ୍ଦ୍ର ମହାନ୍ତ, ବିଦ୍ୟା ସାଗର ସିଂହ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଯୁବ ବିଜେଡିର ନେତୃତ୍ୱ ବିଚାର ଯୁବ ନେତା ଅଶୋକ ପ୍ରଧାନ  ଚର୍ଚ୍ଚା ରେ

Sunil Chandra Nayak

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

Sunil Chandra Nayak

ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀ

Leave a Comment

error: Content is protected !!