ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ : ଲୋକଙ୍କୁ ମିଳିବ ସରକାରୀ ସୁବିଧା, ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ : ଲୋକଙ୍କୁ ମିଳିବ ସରକାରୀ ସୁବିଧା, ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

ଲାଞ୍ଜିଗଡ,୨୬/୦୬(ମନିସ)-ସରକାରଙ୍କ ଦ୍ୱାରା ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏସବୁର ସୁଫଳ ପାଇବାକୁ ନେଇ ବିଭିନ୍ନ ଅଧିକାରୀ, କର୍ମଚାରୀଙ୍କ ସମେତ କ୍ଷେତ୍ର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ତେବେ ନିଜର ହକ ଓ ଅଧିକାରକୁ ନେଇ ସଚେତନତା ଅଭାବରୁ ବହୁ ସଂଖ୍ୟାରେ ଲୋକେ ସରକାରୀ ଯୋଜନାରୁ ବଞ୍ôଚତ ହେଉଥିବା ଲକ୍ଷ୍ୟ କରାଯାଉଛି । ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସିଧାସଳଖ ଯୋଗସୂତ୍ର ସ୍ଥାପନ ସହିତ ପ୍ରଶାସନକୁ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ଓ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସୁବିଧା ଉପଲବ୍‌ଧ କରାଇବାକୁ ଅଣ୍ଟା ଭିଡିଛି ଲାଞ୍ଜିଗଡ ବ୍ଲକ ପ୍ରଶାସନ । ଆଜି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପିଏମ୍ ପୋଷଣ ଯୋଜନାର ମିଳିତ ଜନଶୁଣାଣି ଶିବିରରେ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ ନୋଡାଲ ଅଧିକାରୀ ଭାବେ ଯୋଗ ଦେଇଥିବାବେଳେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ବ୍ଲକ ଯୋଗାଣ ଅଧିକାରୀ ଦିଲିପ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏପିଓ ସଞ୍ଜିତ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତର ସାମାଜିକ ସମୀକ୍ଷା ସଂପର୍କିତ ଜନଶୁଣାଣି କରାଯାଇଥିଲା । ଏହି ଅବସରରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ରହି ମନରେଗା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ ତଥ୍ୟ ରଖିଥିବାବେଳେ ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ମଳୟ ବାଗ ଓ ଅନ୍ୟାନ୍ୟ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ଅଭିଯୋଗ ଓ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । ମନରେଗା ଯୋଜନାକୁ ନେଇ ପିଏ ଆଇଟିଡିଏ ଓ ବିଡିଓ ଗ୍ରାମ ରୋଜଗାର ସେବକମାନଙ୍କୁ ତାଗିଦ କରିବା ସହିତ ଲୋକଙ୍କୁ କାମ ଯୋଗାଇଦେବା ସେମାନଙ୍କ ପ୍ରାଥମିକତା ଓ ମନରେଗା ଯୋଜନାରେ ସ୍ୱଚ୍ଛତା ରଖିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ଭାବେ ପରିଚିତ ଲାଞ୍ଜିଗଡ ବ୍ଲକରେ ଆଶାନୁରୂପ ଭାବେ ଲୋକେ କାମ ପାଉଥିଲେ ହେଁ ଦାଦନ ସଂଖ୍ୟା ହ୍ରାସ ପାଇଁ ପଞ୍ଚାୟତ ସ୍ତରରେ ଏହି ଯୋଜନାକୁ ଆହୁରି ପ୍ରଚାର ପ୍ରସାର କରାଯିବାର ଆବଶ୍ୟକତା ଉପରେ ବିଡିଓ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ । ଏହି ଶିବିରରେ ଅଧିକ ସଂଖ୍ୟାରେ ଗାଁସାଥୀମାନେ ଉପସ୍ଥିତ ଥିବାବେଳେ ଅଧିକରୁ ଅଧିକ ଶ୍ରମିକମାନଙ୍କୁ ଏଥିରେ ସାମିଲ କରିବାକୁ ବିଡିଓ ପରାମର୍ଶ ଦେଇଥିଲେ । ତେବେ ଉଦ୍ୟାନ ବିଭାଗ, ବନ ବିଭାଗ, ଆଇଟିଡିଏ ଭଳି ବିଭିନ୍ନ ଲାଇନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନାରେ କୋଟିକୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହେଉଥିବାବେଳେ ଆଜି ଏସବୁ ବିଭାଗ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଦେଖିବାକୁ ମିଳିଥିଲା । ତେବେ ଏହି ଜନଶୁଣାଣି ଶିବିରରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ ଗୋଟିଏ ବି ଅଭିଯୋଗ ଆସିନଥିବାବେଳେ ବ୍ଲକର ସଂଖ୍ୟାଧିକ ଯୋଗାଣ ସହାୟକମାନେ ମଧ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

masiha

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

masiha

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!