ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିମିଳିଭଟା ତାଣ୍ଡିପଦରରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ, ୩ ପରିବାର ସର୍ବସ୍ବାନ୍ତ

ଲାଞ୍ଜିଗଡ଼,୩୦/୦୬(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସିମିଳିଭଟା ତାଣ୍ଡି ପଦରରେ ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ! ବିଳମ୍ବିତ ରାତିରେ ୧୫ରୁ ୨୦ଟିକିଆ ହାତୀପଲ ତାଣ୍ଡିପଦରକୁ ପଶି ଆସିଥିବାବେଳେ ପାମ୍ପୁ ମାଝୀ ଓ ନରେନ୍ଦ୍ର ମାଝୀଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ ସମେତ ସମସ୍ତ ଆସବାବପତ୍ରକୁ ଦଳିମକଚି ନଷ୍ଟବିନଷ୍ଟ କରିଦେଇଛନ୍ତି ! ସେହିପରି ରାଶିମାଝୀ ନାମକ ଜଣେ ବ୍ୟକ୍ତିଙ୍କ ରଖିଥିବା ଧାନକୁ ଖାଇବା ସହିତ ଫିଙ୍ଗାଫୋପଡ଼ା କରିଦେଇଛନ୍ତି ! ହାତୀପଲର ରଡ଼ି ଶୁଣି ପାମ୍ପୁ ଓ ନରେନ୍ଦ୍ରଙ୍କ ପରିବାର ଜୀବନ ବିକଳରେ ଘରୁ ବାହାରି ପଳାଇ ଯାଇଥିବାରୁ ସେମାନେ ବର୍ତ୍ତିଯାଇଥିବା ଜଣାପଡ଼ିଛି ! ତେବେ ଘରଦ୍ବାର, ଆସବାବପତ୍ର, ଲୁଗାପଟା ଆଦି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଦୁଇଟି ପରିବାର ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି ! ଏଣୁ ଏ ସଂପର୍କରେ ଖବର ପାଇ ବନବିଭାଗ ପକ୍ଷରୁ ବନପାଳ ଜଗନ୍ନାଥ ନାଗଙ୍କ ନେତ୍ରୁତ୍ବରେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ତଦନ୍ତ କରି ଫେରିଯାଇଛନ୍ତି !

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

masiha

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!