ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ଅଦ୍ୟ ତା-୩୦.୦୬.୨୦୨୩ ରିଖ ଶୁକ୍ରୁବାର ଦିନ ସକାଳ ଘ.୮.୪୫ମି ରେ ସ୍ଥାନୀୟ ସେଞ୍ଛୁରିଆନ ପବ୍ଲିକ ସ୍କୁଲ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ “POCSO Act & J.J.(CPC) Act and Fundamental Duties” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ POCSO Act & J.J.(CPC) Act ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ମହିଳା କୋର୍ଟର ବିଚାରପତି ଶ୍ରୀମତି ସୋନଲ ଶର୍ମା , ଜେ.ଜେ.ବି ର ସଦସ୍ୟ ରାଧେଶ୍ୟାମ ପଣ୍ଡା, ସେସ୍କାଲ ଥାନାଧିକାରୀ ଶ୍ରୀମତି ସୀମା ପ୍ରଧାନ, ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୀତାରାମ ପଣ୍ଡା, ସେଞ୍ଛୁରିଆନ ପବ୍ଲିକ ସ୍କୁଲର ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଙ୍କ ସମେତ ସେଞ୍ଛୁରିଆନ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ POCSO Act ଓ J.J.(CPC) Act ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ମୌଳିକ କର୍ତ୍ତବ୍ୟ ଉପରେ ପିଲାମାନଙ୍କୁ ବିସ୍ତୃତ ଭାବରେ ସଚେତନ କରାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ସେଞ୍ଛୁରିଆନ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

masiha

ଦେବେନ୍ଦ୍ର ଦାଶ ଥିଲେ ପ୍ରଚଣ୍ଡ ପ୍ରତିଭାର ବିସ୍ଫୋରଣ। ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ଆୟୋଜିତ

masiha

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!