ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଲା

ତେନ୍ତୁଳିିଖୁଣ୍ଟି -୩୦/୦୬/୨୩/ତେନ୍ତୁଳୀଖୁଣ୍ଟି ବ୍ଳକର ମୂଷାମୁଣ୍ଡି ଗୁଡା ଠାରୁ କଣ୍ଟାଗାଁ  ଭାୟା ଅଞ୍ଚଳଗୁମା ଦେଇ ଯାଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଉମରି ଗ୍ରାମ ନିକଟରେ ନିର୍ମାଣ କରାଯାଉଛି। କିନ୍ତୁ ପୂର୍ବରୁ ଥିବା ଖରାପ ବ୍ରିଜ କୁ ଛ ମାସ ହେଲାଣି ଭାଙ୍ଗି କି ଚୁପ ହୋଇ ରହିଥିଲା ଠିକାଦାର । ବର୍ଷା ଋତୁ ଆରମ୍ଭ ରୁ ବ୍ରିଜ ର ସେଟରିଂ କାମ ଆରମ୍ଭ କରିଥିଲା , ଗୁଣ୍ଡିଚା ଦିନ ର ବର୍ଷା ରେ  ଦବି ଯାଇଛି  l କିନ୍ତୁ ଯିବା ଆସିବା କରିବା ପାଇଁ ଯେଉଁ ରାସ୍ତାର ବ୍ୟବସ୍ଥା କରିଥିଲା, ବର୍ଷା ଆସିବାରୁ ଚାଷ କାମ ଆରମ୍ଭ ହେବାରୁ ଜମି ରେ ପାଣି ହୋଇଛି, ଯିବା ଆସିବା ପାଇଁ ଅଞ୍ଚଳ ବାସୀ ଙ୍କ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଅନ୍ଧ କୁ ଆଖି ଠାର ପରି ଜମି ମଧ୍ୟରେ ଥିବା ହିଡ଼ ଗୁଡ଼ିକୁ ସମତୁଲ କରି ରାସ୍ତା ତିଆରି କରାଯାଇଥିଲା ଯାହା ଫଳରେ ସ୍ୱଳ୍ପ ବର୍ଷାରେ ପାଣି ଜମି ଯାତାୟାତରେ ଜମି ଭିତରେ କାଦୁଅ ପଚ ପଚ ହୋଇ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।ସ୍ୱଳ୍ପ ବର୍ଷା ହେଲେ କାଦୁଅ ହେଉଛି ଯଦ୍ୱାରା ଲୋକେ ନାନା ଅସୁବିଧା ଭୋଗୁଛନ୍ତି l ଏହି ରାସ୍ତା ଦେଇ ନବରଙ୍ଗପୁର ଯିବାକୁ ମୁଖ୍ୟ ରାସ୍ତା  ତିନି ଚାରି ଗୋଟି ପଞ୍ଚାୟତ ର ଜନସାଧାରଣ ଜିଲ୍ଳା,ବ୍ଳକ ଅଫିସ  ଯିବା ପାଇଁ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରି ଥାଆନ୍ତି। ଟେଣ୍ଡର ଯିଏ ପାଇଛି କୌଣସି ଦିନ ବି ଦେଖି ବାକୁ ଆସି ନ ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି।ଏହି ସଡକ କାମ କୁ ଗୁରୁତ୍ୱ ଦେଉ ନ ଥିବାରୁ ବିଳମ୍ବ ହେଉଛି ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଭାରତ ସରକାର ଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଥିବା ବ୍ରିଜ କାମ ରେ ପାର୍ଶ୍ୱ ରାସ୍ତା ନ ଥିବା ସାଧାରଣ ରେ ସନ୍ଦେହ ସୃଷ୍ଠି କରୁଛି l ଏହି ରାସ୍ତା କାମ ମେ 15 ସୁଦ୍ଧା ବ୍ରିଜ ର ଛାତ କାମ ସାରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ବର୍ତ୍ତମାନ ଜୁଲାଇ ମାସ ରେ ଛାତ କାମ ଏବେ ଆରମ୍ଭ ହୋଇଛି।

 ଗତକାଲି ନବରଙ୍ଗପୁର ର ଜିଲା ଦିଶା ମିଟିଂ ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ର ରାସ୍ତା କାମ ନେଇ ବିଧାୟକ ସାଂସଦ ଉପସ୍ଥାପନ କରିଥିଲେ ।ଏହାକୁ ଦେଖି ନବରଙ୍ଗପୁର ଜିଲାପାଳ କଳା ତାଲିକା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।।    ଏହି ରାସ୍ତା ର ଏହି ବ୍ରିଜ କାମ କୁ ନବରଙ୍ଗପୁର ର ବିଧାୟକ ପାର୍ଥି ଗୋୖରୀ ଶଙ୍କର ମାଝୀ,ଅଂଚଳଗୁମା ମଣ୍ଡଳ ବିଜେପି ସଭାପତି ନନ୍ଦନ ବିଷୋୟୀ, ଜିଲ୍ଲା କାର୍ଯକାରଣୀ ସଦସ୍ୟ ପର୍ଶୁ ବିଷୋୟୀ ଦେଖି ନିମ୍ନ ମାନର କାମ ସହ ଠିକ ଆକାରେ ହେଉ ନାହିଁ ବୋଲି କହିଛନ୍ତି।ଏହି ରାସ୍ତା ର କାମକୁ ଉପରିସ୍ତ ଅଧିକାରୀ କୁ ଜଣେଇବୁ ବୋଲି କହିଛନ୍ତି। 

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

Sunil Chandra Nayak

ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

ବନ୍ଧୁଗାଁରେ ପାଳିଲେ ୪ ତମ ରାଷ୍ଟ୍ରୀୟ ଡ୍ରାଏଇଭର ମହାସଂଘ 

masiha

Leave a Comment

error: Content is protected !!