ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ରେ ସଦୀପ ହେଲେ ପ୍ରଥମ

ନବରଙ୍ଗପୁର,୩୦/୬( ମସିହା) ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଉଥିବା ବିଜ୍ଞାନ ବିଭାଗ ଶେଷ ସେମିଷ୍ଠାର ପରୀକ୍ଷା ଫଳ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲା ମହାବିଦ୍ୟାଳୟ ଗଣିତରେ ସନ୍ଦୀପ କୁମାର ନନ୍ଦ ୮୦% ମାର୍କ ରଖି ପ୍ରଥମ, ଅଗଷ୍ଟିନା ଦାନିଏଲ ୭୮% ମାର୍କ ରଖି ଦ୍ୱିତୀୟ, ବିଶ୍ୱଜିତ ଡଙ୍ଗରି ୭୭.୬୫ % ମାର୍କ ରଖି ତୃତୀୟ ସ୍ଥାନ ରେ ପାସ୍ କରିଛନ୍ତି l ପ୍ରାଣୀ ବିଜ୍ଞାନ ବିଭାଗ ରେ ଯଶଶ୍ରୀ ପଟ୍ଟନାୟକ ୭୯ % ମାର୍କ ରଖି ପ୍ରଥମ, ଅନନ୍ତ ଯାନୀ ୭୮ % ମାର୍କ ରଖି ଦ୍ୱିତୀୟ, ଅଙ୍କିତା ସାଧୁ ୭୭ % ମାର୍କ ରଖି ତୃତୀୟ ସ୍ଥାନରେ ପାସ୍ କରିଛନ୍ତି lଉଦ୍ଭିଦ ବିଜ୍ଞାନ ବିଭାଗ ରେ ଶ୍ରାବଣି ସାହୁ ୮୩ % ମାର୍କ ରଖି ପ୍ରଥମ, ସମୀକ୍ଷା ମହାପାତ୍ର ୮୨ % ମାର୍କ ରଖି ଦ୍ୱିତୀୟ, ଶିବାଜୀ ତ୍ରିପାଠୀ ୭୭% ମାର୍କ ରଖି ତୃତୀୟ ସ୍ଥାନରେ ପାସ୍ କରିଛନ୍ତି lରସାୟାନ ବିଜ୍ଞାନ ବିଭାଗରେ ପ୍ରଣୀତା ପ୍ରହରାଜ ୮୭ % ମାର୍କ ରଖି ପ୍ରଥମ , ଦିବ୍ୟ ଜାନି ୮୫ % ରଖି ଦ୍ୱିତୀୟ, ଅଭିଜିତ ରଥ ୮୪ % ମାର୍କ ରଖି ତୃତୀୟ, ସ୍ଥାନରେ ପାସ୍ କରିଛନ୍ତି।ପଦାର୍ଥ ବିଜ୍ଞାନ ବିଭାଗରେ ସୁବ୍ରତ କୁମାର ସାହୁ ଓ ନିଶାନ୍ତ ମିଶ୍ର ୮୫ %ମାର୍କ ରଖି ଉଭୟ ଯୁଗ୍ମ ଭାବେ ପ୍ରଥମ, ପ୍ରେମଚାନ୍ଦ ଗୌଡ଼ ୮୨ %ମାର୍କ ରଖି ଦ୍ୱିତୀୟ, ବିଶ୍ୱଜିତ ପାତ୍ର ୭୯ % ମାର୍କ ରଖି ତୃତୀୟ ସ୍ଥାନରେ ପାସ୍ କରିଛନ୍ତି lଏହା ଆମ ନବରଙ୍ଗପୁର ଜିଲା ପାଇଁ ଗୌରବ ଅଟେ ଏବଂ ସେମାନଙ୍କ ଉଜ୍ୱଳ ଭବିସ୍ୟତ କାମନା କରେ ବୋଲି ମହା ବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ଜିଲ୍ଲା ଓକିଲ ସଂଘ ସଂପାଦକ ତପନ ସିଂ, ଜିଲ୍ଲା କଂଗ୍ରେସ ସଭାପତି ମନୋରଂଜନ ତ୍ରିପାଠୀ, ଆପ୍ ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା, ପ୍ରମୁଖ ପାସ୍ ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପାନୀୟ ଜଳ ସମସ୍ୟା ନେଇ ଜାମଦା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଧାରଣା ଦେଲେ ଜାମଦା ଅଞ୍ଚଳବାସୀ

Sunil Chandra Nayak

ଉତ୍କଳ ଆଲୁମିନା ତରଫୁର ମହାଡ଼ମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ 

masiha

ବାଇକ ଧକ୍କାରେ ବୃଦ୍ଧ ଜଣକ ମୃତ 

Sunil Chandra Nayak

Leave a Comment

error: Content is protected !!