ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳାକୁ ବଞ୍ଚେଇ ରଖିବାକୁ ସରକାରୀ ପ୍ରୋତ୍ସାହନ ନିହାତି ଦରକାର 

ଜଗତସିଂହପୁର :- ଓଡିଶା ରାଜ୍ୟ ଲୋକକଳା ଓ ସଂସ୍କୃତି ସମ୍ପନ୍ନ ବିଶିଷ୍ଟ ଅଟେ !କଳାସାହିତ୍ୟ, ଐତିହ୍ୟ ପାଇଁ ଦେଶ ବିଦେଶରେ ବି ସ୍ୱତନ୍ତ୍ର ପରିଚୟ ଲାଭ କରିଛି !ସୂଚନା ମୁତାବକ ଆମ ରାଜ୍ୟରେ 471 ପ୍ରକାରର ଲୋକକଳା ରହିଛି ! 9 ହଜାରରୁ ଅଧିକ ଲୋକକଳା ଦଳ ରହିଥିବା ବେଳେ ପଞ୍ଜିକୃତ ହୋଇଛି 1.5 ଲକ୍ଷ କଳାକାର ଦଳ ! ଜଗତସିଂହପୁର ଜିଲ୍ଲାରେ 6 ପ୍ରକାର ଲୋକକଳା ରହିଥିବା ବେଳେ 72 ଦଳ ପଞ୍ଜିକୃତ ହୋଇଛନ୍ତି ! ଗତ ଜୁନ 14 ରେ ଲୋକକଳା ଦିବସ ଅବସରରେ ଜଗତସିଂହପୁର ଜିଲ୍ଲା ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଏକ ଭବ୍ୟ ସମାରୋହ ସଭା କରାଯାଇଥିଲା ! ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଶାସକଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ! ସମ୍ମାନିତ ଅତିଥି ଥିଲେ ଜିଲ୍ଳାପରିଷଦ ସଭାପତି ମନୋଜ କୁମାର ଭୋଇ,ପଞ୍ଚାୟତ ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତିରଞ୍ଜନ ବେହେରା,ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ,ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ନାୟକ !ଏହି ମଞ୍ଚରେ ଜିଲ୍ଲା କଳାସଂସ୍କୃତି ସଙ୍ଘ, ବ୍ଲକ କଳା ସଂସ୍କୃତି ସଙ୍ଘ, ନଗର କଳା ସଂସ୍କୃତି ସଙ୍ଘ ସହିତ ରାଜ୍ୟ ସଂସ୍କୃତି ସଙ୍ଘ ଯୋଡି ରହିବାର କରାଗଲା ! ପରେ ପରେ ପାଲା ଆଦି ସାଂସ୍କୃତିକ କାର୍ଯ୍ୟ କରାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

ଅଜଗର ସାପ ଗିଳିଦେଲା ଛେଳିକୁ

masiha

Leave a Comment

error: Content is protected !!