ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନଶିକ୍ଷକ ମାନଙ୍କ ସମୀକ୍ଷା ବୈଠକ 

ପ୍ରଧାନଶିକ୍ଷକ ମାନଙ୍କ ସମୀକ୍ଷା ବୈଠକ 

ଡାବୁଗାଁ, ୧୦/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆପାର ଆଇଡି, ୟୁଡାଇସ ପ୍ଲସ, ମାଧ୍ୟନ୍ନ ଭୋଜନରେ ପୋଷଣ ଯୁକ୍ତ ଖାଦ୍ୟ ଦେବା, ପୋଷାକ ବିତରଣ, ବିଦ୍ୟାଳୟ କୁ ଆସୁଥିବା ଉନ୍ନୟନ ରାଶିକୁ ଉପଯୋଗ କରିବା, ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ପଞ୍ଚ ଶାଖା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା | ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ସୁଭେନ କୁମାର ମଣ୍ଡଳ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡ଼ଜେନା, ହେମନ୍ତ ପଣ୍ଡା, ଗୀତାଞ୍ଜଳି ବସ୍ତିଆ, ହେମେନ୍ଦ୍ର ବେହେରା ଓ ଗୁପ୍ତେ ପ୍ରସାଦ ନାଗ ଏବଂ ବ୍ଲକ ଅଧୀନ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

masiha

“ଖୋଳ କରି ଚାଲି ଯିବେ ଡେପୁଟେସନଧାରୀ”ଖଣି ବିଭାଗରେ ଅଲାଜୁକ ଆଲୋକ କିଏ ?

masiha

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ -୨୦୨୬ ପାଳିତ

Sunil Chandra Nayak

Leave a Comment

error: Content is protected !!