ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ଆହ୍ବାନ କ୍ରମେ ଧର୍ମଗଡ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେଡକ୍ରସ ରକ୍ତ ଭଣ୍ଡାର ଠାରେ ମାରୱାଡି ଯୁବା ମଞ୍ଚ, ଧର୍ମଗଡ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ଓ ବିଡିଓ ଶରତ ଚନ୍ଦ୍ର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାରୱାଡି ଯୁବାମଞ୍ଚର ସଭାପତି ନୀତେଶ କୁମାର ଅଗ୍ରୱାଲ, ସମ୍ପାଦକ ସଚିନ କୁମାର ଅଗ୍ରୱାଲ ଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ଶିବିରରେ ଧର୍ମଗଡ ମେଡିକାଲ ଅଫିସର ଡାକ୍ତର କୃଷ୍ଣ ବଲ୍ଲଭ ପଣ୍ଡା, ଲେବ ଟେକ୍ନିସିଆନ ଗଜାନନ ବେହେରା,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ମାରୱାଡି ମହିଳା ମଞ୍ଚର ସଦସ୍ୟା ସବିତା ପାନ୍ ସାରି, ସପ୍ନା ଅଗ୍ରୱାଲ, ନିର୍ମଳା ମିତ୍ତଲ, ସୋସିଆଲ ୱେଲଫେୟାର ଅର୍ଗାନାଇଯେସନର ସ୍ବେଛାସେବୀ ଉମାକାନ୍ତ ସୁନାନି ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଧର୍ମଗଡ ମାରୱାଡି ଯୁବା ମଞ୍ଚ ର ସକ୍ରୀୟ ସଦସ୍ୟ କପିଲ ଅଗ୍ରୱାଲ, ଗୌରବ ମିତ୍ତଲ, ଚନ୍ଦ୍ର ଶେଖର ଜୈନ, ପଙ୍କଜ ଅଗ୍ରୱାଲ, ମୃତୁଞ୍ଜୟ ଅଗ୍ରୱାଲ, ରୂପେଶ ଅଗ୍ରୱାଲ, ଚିଂଟୁ ଅଗ୍ରୱାଲ, ବିକାଶ ଅଗ୍ରୱାଲ ପ୍ରମୁଖ ସହାୟତା କରୁଥିବା ବେଳେ ରେଡ଼କ୍ରସ କର୍ମଚାରୀ ଭରତ କାଣ୍ଡ, ରାଜେଶ ନାଏକ, ପଞ୍ଚାନନ ମାଳି ପ୍ରମୁଖ ରକ୍ତ ଦାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥଲେ। ଏହି ଶିବିରରେ ପ୍ରାୟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅନୁଷ୍ଠାନ ର ସଂପାଦକ ସଚିନ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ଆହ୍ବାନ କ୍ରମେ ରାଜ୍ୟବ୍ୟାପୀ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଗତ ୧୧ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଉକ୍ତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୧୧ହଜାର ୧୧୧ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର – ଗୋରୁମହିଷାଣୀ ଲୌହ ଖଣି ଅଂଚଳରେ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର

ମଲ୍ଟି ସ୍ପେସିଆଲିଟି ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

Leave a Comment

error: Content is protected !!