ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁମ୍ବାଇରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୍ୟୁ ଶବ ଗାଁ କୁ ଫେରିଲା

ଥୁଆମୂଳ ରାମପୁର : ୧୭/୦୬ – (ମନିସ): – ଦିନକୁ ଦିନ ଦାଦନ ଶ୍ରମିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପକ୍ଷରୁ ଦାଦନ ସମସ୍ୟା ରୋକିବାରେ ବିଫଳ ହୋଇଛନ୍ତି। ଶିକ୍ଷିତ ଯୁବକ ଯୁବତୀ କାମଧନ୍ଦା ନପାଇ ବାଧ୍ୟ ହୋଇ ନିଜର ଗୁଜୁରାଣ ମେଣ୍ଟାଇବା ଉଦ୍ଦେଶ୍ୟ ରେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ କିଛି ଯୁବକ ଶବ ହୋଇ ଫେରୁଥିବା ଅଭାବନୀୟ ଘଟଣା ଲୋକଙ୍କୁ ଚକିତ କରୁଅଛି। ପୁଣି ଏକ ଅଭାବନୀୟ ଘଟଣା ଘଟିଯାଇଛି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା l ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ବ୍ରାହ୍ମଣୀଚଞ୍ଚରା ଗ୍ରାମର ଆନ୍ଧାରୁ ନାଏକ ଙ୍କ ଏକ ମାତ୍ର ରୋଜଗାରିଆ ପୁଅ ରମେଶ ନାଏକ (୨୦) ବୋଲି ଜଣାପଡ଼ିଛି l ସୂଚନା ମୁତାବକ ପ୍ରାୟ ୨ ମାସ ତଳେ ରମେଶ ନିଜ ଘରୁ ବାହାରି କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ l ସେଠାରେ କିଛି କୌଣସି କାରଣ ବଶତଃ କିଛିଦିନ ତଳେ ମୁମ୍ବାଇ କୁ ଯାଇ କୌଣସି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ଗତ ୭ ତାରିଖ ଦିନ ରମେଶ କୁ କିଛି କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ସେ ଗୁରୁତ୍ୱର ହୋଇପଡିଥିଲେ ପରେ ତାଙ୍କୁ ସେଠାରୁ ତୂରନ୍ତ ମୁମ୍ବାଇ କସ୍ତୁରବା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶନିବାର ଦିନ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିଲା କୌଣସି ସୂତ୍ରରୁ ରମେଶ ନାଏକଙ୍କର ମୃତ୍ୟୁର ଖବର ପରିବାର ଲୋକଙ୍କୁ ମିଳିଥିଲା ଖବର ପାଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ଦେଖା ଦେଇଥିଲା l ମୃତ ପୁଅ ପାଖରେ ନିଜର ବୋଲି କେହିନଥିଲେ l ମୃତ ପୁଅର ଶବ ନିଜ ଭିଟାମାଟି କୁ ଫେରାଇ ଆଣିବା ନେଇ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲାଞ୍ଜିଗଡ ବିଧାୟକଙ୍କ ପାଖରେ ଗୁହାରି କରିଥିଲେ l ଜିଲ୍ଲା ପ୍ରଶାସନର ଏବଂ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏ ନେଇ ଉଦ୍ୟମ ଆରମ୍ଭ କରିଥିଲେ ପରେ ବିଧାୟକ ଓ ଜିଲ୍ଲା ପ୍ରଶାସନର ଚେଷ୍ଟା ଫଳରେ ଗତ ତା ୧୬/୬/୨୦୨୩ ରିଖ ଦିନ ନିଜ ଗାଁ କୁ ଶବ ଫେରିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ଦାହ କାର୍ଯ୍ଯ ଶେଷ ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

Sunil Chandra Nayak

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

ମିଲେଟ ମିଶନ ଅଧୀନରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲା ରାୟଗଡ ଜିଲ୍ଲା 

masiha

Leave a Comment

error: Content is protected !!